ଓଡିଶା

odisha

ETV Bharat / elections

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ

ପଶ୍ଚିମବଙ୍ଗରେ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଏହି ମର୍ମରେ ପଶ୍ଚିମବଙ୍ଗରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ 1984 ବ୍ୟାଚ୍‌ର ଆଏଏସ୍‌ ଅଧିକାରୀ ଅଜୟ ନାୟକଙ୍କୁ ଇସିଆଇ ମଙ୍ଗଳବାର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି।

ଫାଇଲ ଫଟୋ

By

Published : Apr 17, 2019, 8:59 AM IST

କୋଲକାତା: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ । ପଶ୍ଚିମବଙ୍ଗର ନିର୍ବାଚନର ଜାତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ତୀକ୍ଷ୍ମ ନଜର । ପଶ୍ଚିମବଙ୍ଗରେ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଏହି ମର୍ମରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଇସିଆଇ ମଙ୍ଗଳବାର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ।


ଇସିଆଇ 1984 ବ୍ୟାଚ୍‌ର ଆଏଏସ୍‌ ଅଧିକାରୀ ଅଜୟ ନାୟକଙ୍କୁ ପଶ୍ଚିମବଙ୍ଗର ସ୍ୱତନ୍ତ୍ର ପର୍ଯ୍ୟବେଷକ ଦାୟିତ୍ବ ଦେଇଛନ୍ତି । ଅଜୟ ବର୍ତ୍ତମାନ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି ।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୭ଟି ଲୋକସଭା ନିର୍ବାଚନ ଆସନ ପାଇଁ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହେବ। ଏହି ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ ଲୋକସଭା ଆସନ, କର୍ଣ୍ଣାଟକର ୧୪ଟି ଆସନ, ମହାରାଷ୍ଟ୍ରର ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଆସନ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ୩ଟି ଲେଖାଏଁ ଆସନ, ଜମ୍ମୁ କଶ୍ମୀରର ୨ଟି ଆସନ ଏବଂ ମଣିପୁର, ତ୍ରିପୁରା ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଲୋକସଭା ଆସନରେ ମତଦାନ କରାଯିବ।

For All Latest Updates

ABOUT THE AUTHOR

...view details