ଓଡିଶା

odisha

ETV Bharat / elections

ଦେଶର ବିକାଶରେ ଜିନ୍ନାଙ୍କ ଅବଦାନ ଯଥେଷ୍ଟ: ଶତୃଘ୍ନ ସିହ୍ନା - EC

ମଧ୍ୟପ୍ରଦେଶର ଛିଣ୍ଡୱାଡାରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ନକୁଳନାଥଙ୍କ ପାଇଁ ପ୍ରଚାର କରିବା ଅବସରରେ ଶତୃଘ୍ନ କହିଛନ୍ତି ଯେ ଦେଶର ସ୍ବାଧୀନତା ଓ ବିକାଶରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମଧ୍ୟ ଅବଦାନ ବା ଯୋଗଦାନ ଅଛି ।

ଡିଜାଇନ ଫଟୋ

By

Published : Apr 27, 2019, 11:30 AM IST

ଭୋପାଳ: ବିଗତ ଦିନର ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର କଂଗ୍ରେସ ଦଳର ପାଟଣା ସାହିବ ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଶତୃଘ୍ନ ସିହ୍ନା ସବୁବେଳେ କିଛି ନା କିଛି ବିବାଦୀୟ ମନ୍ତବ୍ୟ ଦେବାରେ ମାହିର । ଶତୃଘ୍ନ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ବିଜେପିକୁ ଅପଦସ୍ତ କରୁଥିବାବେଳେ କଂଗ୍ରେସକୁ ଗଲା ପରେ ମଧ୍ୟ ସେଇ ସମାନ ନୀତି ପାଇଁ ଏବେ ଦଳକୁ ଅଡୁଆ ଭିତରକୁ ଟାଣି ନେଇଛି ।

ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶତୃଘ୍ନ ମଧ୍ୟପ୍ରଦେଶ ଗସ୍ତରେ ଥିବାବେଳେ ପୁଣି ଏକ ବିବାଦୀୟ ବା ଦେଶଦ୍ରୋହୀ ମନ୍ତବ୍ୟ ଦେଇଛନ୍ତି ଶତୃଘ୍ନ । ମଧ୍ୟପ୍ରଦେଶର ଛିଣ୍ଡୱାଡାରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ନକୁଳନାଥଙ୍କ ପାଇଁ ପ୍ରଚାର କରିବା ଅବସରରେ ଶତୃଘ୍ନ କହିଛନ୍ତି ଯେ ଦେଶର ସ୍ବାଧୀନତା ଓ ବିକାଶରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମଧ୍ୟ ଅବଦାନ ବା ଯୋଗଦାନ ଅଛି ବୋଲି କହିଛନ୍ତି ।

କଂଗ୍ରେସକୁ ପ୍ରଶଂସା କରି ଶତୃଘ୍ନ ଆହୁରି କହିଛନ୍ତି ସର୍ଦ୍ଦାର ପଟେଲଙ୍କ ଠାରୁ ଆରମ୍ଭ କରି ନେହେରୁ, ମହାତ୍ମା ଗାନ୍ଧୀଙ୍କ ଠାରୁ ଜିନ୍ନା ଓ ଇନ୍ଦିରାଙ୍କ ଠାରୁ ରାହୁଲଙ୍କ ପର୍ଯ୍ୟନ୍ତ ଭାରତର ସ୍ବାଧୀନତା ଓ ବିକାଶରେ ଏହି ସମସ୍ତଙ୍କର ବଡ ଯୋଗଦାନ ଅଛି । ତେଣୁ ସେଥିପାଇଁ ସେ କଂଗ୍ରେସରେ ଯୋଗଦେଇଛନ୍ତି ବୋଲି କହିଛନ୍ତି ବିହାରୀ ବାବୁ । ଏହାସହ ଶତୃଘ୍ନ ମୋଦିଙ୍କ ନାଁ ନ ନେଇ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ।

ABOUT THE AUTHOR

...view details