ଓଡିଶା

odisha

ETV Bharat / elections

ଦଳ ନା ପତ୍ନୀ: କାହାର ହେବେ ବିହାରୀ ବାବୁ - SATRUGHAN SINHA

ଆଚାର୍ଯ୍ୟଙ୍କ ଅଭିଯୋଗର ଜବାବ ଦେଇ ଶତୃଘନ କହିଛନ୍ତି ସେ ରାହୁଲ ଗାନ୍ଧୀଙ୍କ ସମ୍ମତି ପରେ ହିଁ ପତ୍ନୀଙ୍କୁ ସମାଜବାଦୀ ପାର୍ଟିରେ ସାମିଲ କରାଇଛନ୍ତି ।

ଡିଜାଇନ ଫଟୋ

By

Published : Apr 20, 2019, 1:54 PM IST

ବିହାର: ସାଧାରଣ ନିର୍ବାଚନକୁ ନେଇ ବର୍ତ୍ତମାନ ସାରା ବିଶ୍ବର ନଜର ଭାରତ ଉପରେ ଥିବାବେଳେ ଦେଶରେ ମଧ୍ୟ ଘୋଡିକେ ଘୋଡା ଛୁଟୁଛି । ଜାତୀୟ ରାଜନୀତିର ଦୃଶ୍ୟପଟ ପ୍ରତି ମୁହୁର୍ତ୍ତରେ ପଟ ପରିବର୍ତ୍ତନ କରୁଛି । କେତେବେଳେ କିଏ କେଉଁ ଦଳକୁ ଡେଇଁବ କେଉଁ ଦଳକୁ ଗୁଡବାଏ" କହିବ ଆକଳନ କରିବା ମୁସ୍କିଲ । ଏବେ ଯେଉଁ ପ୍ରସଙ୍ଗ ଉପରେ ସାରା ଦେଶରେ ଆଲୋଚନା ଚାଲିଛି ତା ଉପରେ ଆଲୋଚନା କରିବା ।

ବିଜେପିର ଜଣେ ଚର୍ଚ୍ଚିତ ନେତା ଥିଲେ ନେତାରୁ ଅଭିନେତା ସାଜିଥିବା ଶତୃଘନ ସିହ୍ନା, ଆମେ ତାଙ୍କୁ ଏଇଥି ପାଇଁ ଚର୍ତ୍ତିତ କହୁଛୁ ଯେ, ସେ ଦଳରେ ଥାଇ ଦଳ ବିରୋଧରେ କହିବାକୁ ପଛାଉନଥିଲେ । ଏପରିକି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ବିରୋଧିଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଥିଲେ । ଶତୃଘନଙ୍କ ଦଳ ବିରୋଧି ମନୋଭାବ ସ୍ବତେ ଦଳ ଶତୃଘନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ବୋଧହୁଏ ଦଳର ଶୀର୍ଷ ନେତା ନିଷ୍ପତି ନେଇ ସାରିଥିଲେ ଶତୃଘନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ, କି ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବେ ନାହିଁ । ବିଜେପିର ଏହି ରଣନୀତି ବୁଝିବାକୁ ଅସମର୍ଥ ଥିଲେ ବିହାରୀ ବାବୁ, ଆଉ ବିଜେପି ବିହାରର ପାଟଣା ସାହିବ" ଆସନରୁ ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲା ।

ଦଳର ଏମିତି ସୁସ୍ଥ ଝଟକାକୁ ସହଜେ ଗ୍ରହଣ କରିପାରିନଥିଲେ ଶତୃଘନ, ସେ ତୁରନ୍ତ କଂଗ୍ରେସରେ ଯୋଗ ଦେଇଥିଲେ ଆଉ କଂଗ୍ରେସ ମଧ୍ୟ ତାଙ୍କୁ ତାଙ୍କ ପାରମ୍ପରିକ ଆସନରୁ ପ୍ରାର୍ଥୀ କରିଛି । ଆଉ ଏବେ ଶତୃଘନ ବିଜେପିକୁ ଜବାବ ଦେବାକୁ ଯାଇ ନିଜ ପତ୍ନୀକୁ ମଧ୍ୟ ରାଜନୀତିକୁ ଆଣିଛନ୍ତି । ଏହାକୁ ନେଇ ଏବେ ଉଭୟ ସପା ଓ କଂଗ୍ରେସରେ ଦେଖାଦେଇଛି ମତଭେଦ । କାରଣ ରାଜନୀତିର ଅ ଆ" ଜାଣିନଥିବା ଶତୃଘନଙ୍କ ପତ୍ନୀ ପୁନମ ସିହ୍ନା ଗତ 16 ତାରିଖରେ ସମାଜବାଦୀ ପାର୍ଟିରେ ସାମିଲ ହୋଇ ୟୁପିର ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନ ଲକ୍ଷ୍ନୌ ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । କିନ୍ତୁ ରୋଚକ ପୂର୍ଣ୍ଣ କଥା ହେଉଛି ପୁନମ ଗତ 18 ତାରିଖରେ ନାମାଙ୍କନ ଦାଖଲ ପୂର୍ବରୁ ଲକ୍ଷ୍ନୌ ଶକ୍ତି ପ୍ରଦର୍ଶନ କରିଥିଲେ । ଯେଉଁଥିରେ ପୁନମଙ୍କ ସ୍ବାମୀ ତଥା କଂଗ୍ରେସ ନେତା ଶତୃଘନ ସିହ୍ନାଙ୍କ ସମେତ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଯୋଗଦେଇଥିଲେ ।

ଯାହାକୁ ନେଇ ଲକ୍ଷ୍ନୌ ଲୋକସଭା କଂଗ୍ରେସ ପ୍ରାର୍ଥୀ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ଶତୃଘନଙ୍କ ଉପରେ ଖପ୍ପା । ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଶତୃଘନ ପତ୍ନୀ ଧର୍ମ ପାଳିବା ପରିବର୍ତ୍ତେ ପାର୍ଟି ଧର୍ମ ପାଳନ କରନ୍ତୁ । ଆଚାର୍ଯ୍ୟଙ୍କ ଅଭିଯୋଗର ଜବାବ ଦେଇ ଶତୃଘନ କହିଛନ୍ତି ସେ ରାହୁଲ ଗାନ୍ଧୀଙ୍କ ସମ୍ମତି ପରେ ହିଁ ପତ୍ନୀଙ୍କୁ ସମାଜବାଦୀ ପାର୍ଟିରେ ସାମିଲ କରାଇଛନ୍ତି । ଏହାକୁ ନେଇ ଏବେ କଂଗ୍ରେସ, ସପା ମଧ୍ୟରେ ଚର୍ଚ୍ଚା ଲାଗି ରହିଥିବାବେଳେ ଆଗକୁ ଶତୃଘନ କାହାପାଇଁ ପ୍ରଚାର କରିବେ ଦଳ ନା ପତ୍ନୀ ତା ଉପରେ ସାରା ଦେଶର ନଜର ରହିଛି ।

ସୂଚନା ଯୋଗ୍ୟଯେ ଲକ୍ଷ୍ନୌ ଲୋକସଭା ଆସନରୁ ଶାସକ ବିଜେପି ପ୍ରାର୍ଥୀ ଭାବେ ବର୍ତ୍ତମାନର କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ପୁଣିଥରେ ନିର୍ବାଚନ ଲଢୁଛନ୍ତି । ଆଉ ରାଜନାଥଙ୍କୁ ମୁକାବିଲା କରିବେ କଂଗ୍ରେସ ପ୍ରାର୍ଥୀ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ଓ ସପା-ବସପା ପ୍ରାର୍ଥୀ ପୁନମ ସିହ୍ନା ।

For All Latest Updates

ABOUT THE AUTHOR

...view details