ଓଡିଶା

odisha

ETV Bharat / elections

ଶାହାଙ୍କୁ ଅଯୋଗ୍ୟ ପ୍ରାର୍ଥୀ ଘୋଷାଣା ପାଇଁ କଂଗ୍ରେସର ଦାବି

ଅମିତ ଶାହାଙ୍କ ନାଁରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲେ କଂଗ୍ରେସ । ସତ୍ୟପାଠ ଦାଖଲ ସମୟରେ ତଥ୍ୟ ଲୁଚେଇଥିବା ଅଭିଯୋଗ ଆଣି ଶାହାଙ୍କ ଅଯୋଗ୍ୟ ପ୍ରାର୍ଥୀ ଘୋଷଣା ଦାବି କରିଛି କଂଗ୍ରେସ ।

By

Published : Apr 6, 2019, 1:05 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନାରେ ନିର୍ବାଚନ କମିଶନ କଲା କଂଗ୍ରେସ । ନାମାଙ୍କନ ପତ୍ରରେ ତଥ୍ୟ ଲୁଚେଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ଏଥିସହ ଗାନ୍ଧୀନଗରରୁ ଅଯୋଗ୍ୟ ପ୍ରାର୍ଥୀ ଘୋଷଣା କରିବାକୁ ଦାବି କରିଛି କଂଗ୍ରେସ ।

ଲୋକସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଗାନ୍ଧୀନଗରର ଏକ ପ୍ଲାଟର ମୂଲ୍ୟ କମ ଦେଖାଇଥିବା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ସିଜେ ଚୈବଡା ଅମିତ ଶାହାଙ୍କ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, 2016-17 ରାଜ୍ୟସଭା ସାସଂଦ ଭାବେ ନାମାଙ୍କନ ଦାଖଲ କରିବାକୁ କରିଥିବା ବେଳେ ତାଙ୍କ ଆୟ 43,68,450 ଟଙ୍କା ଓ ପତ୍ନୀ ସୋନେଲ ଶାହଙ୍କ ଆୟ 1,05,84,450 ଟଙ୍କା ଦର୍ଶାଇ ଥିଲେ । ସେହିଭଳି 2017-18ରେ ଅମିତ ଶାହଙ୍କ ଆୟ ବୃଦ୍ଧି ପାଇ 53,90, 970 ହୋଇଥିବା ବେଳେ ପତ୍ନୀଙ୍କ ଆୟ 2,30,82,360 ଟଙ୍କାକୁ ବୃଦ୍ଧି ହୋଇଛି ।

ଅଧିକ ପଢନ୍ତୁ: କୋରାପୁଟରେ କାଳିଆ କାର୍ଡ: ନବୀନ ଖୋଲିଲେ ପ୍ରଥମ ଇସ୍ତାହାର ପ୍ରତିଶ୍ରୁତି

ତେବେ ଏହି ନାମାଙ୍କନ ଅନୁୟାୟୀ, ଅମିତ ଶାହା ସେୟାର ବଜାରରେ 17.59 କୋଟି ଟଙ୍କା ନିବେଶ କରିଥିଲେ । ଏଥିସହ ସେ କହିଛନ୍ତି, ତାଙ୍କ ଆୟ ସାଂସଦ ରୂପେ ମିଳୁଥିବା ଦେୟ ଓ ସେୟାର ବଜାର । ତାଙ୍କ ପତ୍ନୀ ଜଣେ ଗୃହିଣୀ ହୋଇଥିବା ବେଳେ ଗତ 7ବର୍ଷରେ 3 ଗୁଣା ବଢିଛି ଆୟ ।

ସେପଟେ, କାଗଜଖାତାର ଯାଞ୍ଚ ସମୟରେ ସିଜେ କହିଛନ୍ତି, ପୁଅ ଜୟ ଶାହାଙ୍କ କମ୍ପାନୀରେ ଶାହା ତାଙ୍କ ସମ୍ପତ୍ତିକୁ ବନ୍ଧକ ରଖି 25କୋଟିର ଋଣ ନେଇଥିଲେ ତାହା ମଧ୍ୟ ଦର୍ଶାଇ ନାହାନ୍ତି ।

ABOUT THE AUTHOR

...view details