ଭୁବନେଶ୍ବର: ଗତ 16 ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଚପର ଯାଞ୍ଚକୁ ନେଇ ବର୍ତ୍ତମାନ ସାରା ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଯାଞ୍ଚ କରାଯାଇଥିଲେ ମଧ୍ୟ ଏହି ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି ।
ଏହି ଘଟଣା ରେ ବର୍ତ୍ତମାନ ସୁଦ୍ଧା ଜଣେ ଅଫିସରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଭାରତୀୟ ଉପ- ନିର୍ବାଚନ କମିସନ ଏବେ ସମ୍ବଲପୁର ଆସି ଘଟଣାର ତଦନ୍ତ କରୁଛନ୍ତି। ସେପଟେ ଏହି ଘଟଣାକୁ ନେଇ ଆଜି ମୁହଁ ଖୋଲିଛନ୍ତି ରାଜ୍ୟ ନିର୍ବାଚନ କମିଶନ ସୁରେନ୍ଦ୍ର କୁମାର।