ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜେପିର ହାଇଭୋଲଟେଜ୍ ସଂକଳ୍ପ ପତ୍ର । ଯେଉଁଥିରେ ଆସନ୍ତା 2022 ଭାରତ ସ୍ବାଧୀନତାର 75 ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟ ରଖି ଦଳ 75ଟି ସଂକଳ୍ପ ଘୋଷଣା କରିଛି । ଏହାସହ କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦଳ ପ୍ରତିଶୃତି ବଦ୍ଧ ବୋଲି ପୁଣିଥରେ ସଂକଳ୍ପ ପତ୍ରରେ ଦୋହରାଇଛି ।
ଉନ୍ମୋଚିତ ହେଲା ବିଜେପିର ମେଗା ସଂକଳ୍ପ; କାଶ୍ମୀର ସମସ୍ୟାର ହେବ ସ୍ଥାୟୀ ସମାଧାନ - 2019
ଦଳର ଏହି 75ଟି ସଂକଳ୍ପକୁ ଦେଶର ପ୍ରାୟ 6କୋଟି ଲୋକଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରାଯାଇଛି ବୋଲି ଶାହା କହିଛନ୍ତି ।
ଫଟୋ ସୌଜନ୍ୟ: ଏଏନଆଇ
ଆଜି ସଂକଳ୍ପ ପତ୍ର ଘୋଷଣା କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଆସନ୍ତା 2022 ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ବାସଗୃହ ଯୋଗାଇ ଦିଆଯିବ । ଶାହା ଆଉ ଏକ ଗୁରୁତ୍ବପୂର୍ଣ କଥା କହିଛନ୍ତି କାଶ୍ମୀର ସମସ୍ୟାକୁ ସମ୍ପୂର୍ଣ ଭାବେ ସମାଧାନ କରାଯିବ । ମୋଦିଙ୍କ ନେତୃତ୍ବରେ ଦେଶ ସୁରକ୍ଷିତ ଓ ବିକଶିତ । ତେଣୁ ଦେଶବାସୀଙ୍କୁ ଶାହା ଅନୁରୋଧ କରିଛନ୍ତି ଆଉଥରେ ବିଜେପିକୁ କ୍ଷମତାକୁ ଆଣିବା ପାଇଁ ।
ଦଳର ଏହି 75ଟି ସଂକଳ୍ପକୁ ଦେଶର ପ୍ରାୟ 6କୋଟି ଲୋକଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରାଯାଇଛି ବୋଲି ଶାହା କହିଛନ୍ତି ।