ନୂଆଦିଲ୍ଲୀ: ଆରମ୍ଭ ହେଲା ପଞ୍ଚମ ପର୍ଯ୍ୟାୟ ମତଦାନ । ଆଜି 7ଟି ରାଜ୍ୟର 51 ଲୋକସଭା ଆସନ ପାଇଁ ମତଦାନ ଚାଲିଛି । ଏହି ଗଣତନ୍ତ୍ରର ମହାପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଦେଶବାସୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ବିଶେଷ କରି ଦେଶର ଯୁବପିଢିଙ୍କୁ ମତଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ସେ ଟ୍ବିଟ ଜରିଆରେ ଏହା ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ନିଜର ଯୋଗଦାନ ସବୁଠୁ ଗୁରୁତ୍ବପୂର୍ଣ୍ଣ ।
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ମତଦାନ ପାଇଁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ - 5th phase election
ଆରମ୍ଭ ହୋଇଛି ପଞ୍ଚମ ପର୍ଯ୍ୟାୟରେ ମତଦାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଦେଶବାସୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଗଣତନ୍ତ୍ରର ମହାପର୍ବରେ ଭୋଟରଙ୍କୁ ସାମିଲ ହେବାକୁ ଅନୁରୋଧ କରିଛନ୍ତି ମୋଦି ।
ଆଜି ସାରା ଦେଶରେ ଚାଲିଛି 5ମ ପର୍ଯ୍ୟାୟରେ ମତଦାନ । ତେବେ ଯେଉଁ ଲୋକସଭା ଆସନ ପାଇଁ ମତଦାନ ହେଉଛି ସେଥିମଧ୍ୟରୁ ଉତ୍ତରପ୍ରଦେଶର ସବୁଠୁ ଅଧିକ 14 ଲୋକସଭା ଆସନ ସାମିଲ ଅଛି । ସେହିପରି ରାଜସ୍ଥାନରେ 12, ମଧ୍ୟପ୍ରଦେଶରେ 7, ପଶ୍ଚିମ ବଙ୍ଗରେ 7, ବିହାରରେ 5, ଝାଡଖଣ୍ଡରେ 4 ଏବଂ ଜମ୍ମୁ-କାଶ୍ମୀରରେ 2 ଲୋକସଭା ଆସନ ପାଇଁ ମତଦାନ ଚାଲିଛି । ତେବେ ନିର୍ବାଚନ ଆୟୋଗ ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି ।
ସୂଚନା ଥାଉକି ଆଜି ରାଜନାଥ ସିଂହ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସ୍ମୃତି ଇରାନିଙ୍କ ସମେତ 674 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଉ ଏଥିପାଇଁ 9 କୋଟି ମତଦାତା ମତଦାନ କରୁଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ରାଜନାଥ ସିଂହ ଲକ୍ଷ୍ନୌ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି । ଆଉ ତାଙ୍କର ମୁକାବିଲା ପାଇଁ ଗଠବନ୍ଧନ ପକ୍ଷରୁ ଶତ୍ରୃଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ମଇଦାନକୁ ଓହ୍ଲାଇଛନ୍ତି ।