ଚେନ୍ନାଇ: ଟଙ୍କା ଠକେଇ ପାଇଁ ଯୁବକଙ୍କ ଅଭିନବ ଉପାୟ । ଦୋକାନରେ ଲଗାଯାଇଥିବା କ୍ୟୁଆର କୋର୍ଡ(QR code) ବଦଳାଇ ଲୁଟିରେ ଲକ୍ଷ ଲକ୍ଷ ଟଙ୍କା । ଏନେଇ ଅଭିଯୋଗ ପରେ ବାନ୍ଧିଲା ପୋଲିସ । ଏଭଳି ଠକାମିର ଶିକାର ହୋଇଛନ୍ତି ତାମିଲନାଡୁର ଥୋରାଇପକ୍କାମର ଆନନ୍ଦ ହେଲ୍ସ। ଗିରଫ ଯୁବକ ହେଉଛନ୍ତି ଶ୍ରୀଧର ।
ନୂଆ ଉପାୟରେ ଠକେଇ, QR code ବଦଳାଇ ଟଙ୍କା ଲୁଟ୍ କରୁଥିଲା ଠକ
କ୍ୟୁଆର କୋର୍ଡ(QR code) ବଦଳାଇ ଟଙ୍କା ଲୁଟିଥିବା ଠକ । ଅଭିଯୋଗ ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ଆନନ୍ଦ ହେଲ୍ସଙ୍କ ଥୋରାଇପକ୍କାମରେ ଏକ ଟିଫିନ ସେଣ୍ଟର ରହିଛି । ସେଠାରେ ଅନଲାଇନ ପେମେଣ୍ଟ ପାଇଁ ସେ ଏକ କ୍ୟୁଆର କୋର୍ଡ ସ୍ଟିକର ଲଗାଇଥିଲେ । କିନ୍ତୁ ଯେତେବେଳେ ତାଙ୍କୁ କେହି ଗ୍ରାହକ କ୍ୟୁଆର କୋର୍ଡ ମାଧ୍ୟମରେ ପେମେଣ୍ଟ କରନ୍ତି, ସେତେବେଳେ ଟଙ୍କା ତାଙ୍କ ଆକାଉଣ୍ଟକୁ ଯିବା ପରିବର୍ତ୍ତେ ଅନ୍ୟ କାହା ଆକଉଣ୍ଟକୁ ଯାଉଥିଲା । ବାରମ୍ବାର ଏପରି ହେବାରୁ ସେ ଅଗଷ୍ଟ ୩ରେ କାଙ୍ଗୀନଗର ଥାନାରେ ଟଙ୍କା ଠକେଇର ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ବ୍ୟାଙ୍କକୁ ଯାଇଥିଲା ଏବଂ ସେଠାରେ ଯାଞ୍ଚ ପରେ ଟଙ୍କା ଶ୍ରୀଧର ନାମରେ ଥିବା ଏକ ଆକାଉଣ୍ଟକୁ ଯାଇଥିବା ଯାଣିବାକୁ ପାଇଥିଲା । ଏହାପରେ ପୋଲିସ ଗାଙ୍ଗୀ ନଗରରୁ ଶ୍ରୀଧରକୁ ଗିରଫ କରିଥିଲା।
ଶ୍ରୀଧର କହିବା ଅନୁଯାୟୀ, “ମୁଁ ଥିରୁବନମିୟୁର ହୋମ ଗାର୍ଡ ଫୋର୍ସରେ କାର୍ଯ୍ୟ କରୁଛି । କିନ୍ତୁ ମୁଁ ଠକେଇ କରିବା ପାଇଁ ଏକ ନକଲି ପରିଚୟ ପତ୍ର କରି ଚେନ୍ନାଇ ପୋଲିସରେ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ପରିଚୟ ଦେଉଛି ''। ତେବେ କେବଳ ଏହି ଗୋଟିଏ ଦୋକାନ ନୁହେଁ ଗତ ୧୫ ଦିନ ଭାବରେ ଏପରି ଭାବେ ୭ଟି ଦୋକାନରେ ନିଜ କ୍ୟୁଆର କୋର୍ଡ ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛି ବୋଲି କହିଛନ୍ତି ଶ୍ରୀଧର । ପୋଲିସ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିବା ସହ ଠକେଇରେ ବ୍ୟବହୃତ ଭାରତ ପେ କ୍ୟୁଆର କୋର୍ଡକୁ ସିଜ କରିଛି ।