ଓଡିଶା

odisha

ତୁଚ୍ଛ ହେଲା ରକ୍ତ ସମ୍ପର୍କ, ବଡ ଭାଇକୁ ମାରି ମାଟିରେ ପୋତି ଦେଲା ସାନ ଭାଇ

By

Published : Oct 5, 2022, 8:30 AM IST

ଜମିରେ ପାଣି ମଡାଇବାକୁ ନେଇ ଭାଇ ସାଜିଲା ଭଗାରୀ, ବଡ ଭାଇକୁ ହତ୍ୟା କରି ମାଟି ତଳେ ପୋତି ଦେଲେ ଦୁଇ ସାନ ଭାଇ । ଅଧିକ ପଢନ୍ତୁ

ତୁଚ୍ଛ ହେଲା ରକ୍ତ ସମ୍ପର୍କ, ବଡ ଭାଇକୁ ହତ୍ୟାକରି ମାଟିରେ ପୋତି ଦେଲା ସାନ ଭାଇ
ତୁଚ୍ଛ ହେଲା ରକ୍ତ ସମ୍ପର୍କ, ବଡ ଭାଇକୁ ହତ୍ୟାକରି ମାଟିରେ ପୋତି ଦେଲା ସାନ ଭାଇ

ଭବାନୀପାଟଣା: କଳାହାଣ୍ଡିରେ ବୀଭତ୍ସ ହତ୍ୟା । ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଜମିରେ ପାଣି ମଡାଇବାକୁ ନେଇ ଭାଇ ସାଜିଲା ଭଗାରୀ, ବଡ ଭାଇକୁ ହତ୍ୟା(younger brother killed his elder brother ) କରି ମାଟି ତଳେ ପୋତି ଦେଲେ ସାନ ଭାଇ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କଳାହାଣ୍ଡିର ତିଳଲଯୋଡି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ପୂର୍ଣ୍ଣ ମାଝୀ । ଥାନାରେ ଅଭିଯୋଗ ପରେ ଭାଇର ଦୁଇ ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପୂର୍ବ ଶତୃତାରୁ ଯୁବକଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଗିରଫ

ତୁଚ୍ଛ ହେଲା ରକ୍ତ ସମ୍ପର୍କ, ବଡ ଭାଇକୁ ହତ୍ୟାକରି ମାଟିରେ ପୋତି ଦେଲା ସାନ ଭାଇ

ଘଟଣାଟି ଥିଲା ଏମିତି

ତିଳଲଯୋଡି ଗାଁର ପୂର୍ଣ୍ଣ ମାଝୀ ଓ ତାଙ୍କ ଦୁଇଜଣ ସାନ ଭାଇ ହରଦାସ ମାଝି ଓ ବେଦ ମାଝୀ । ତିନି ଜଣଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ି ବିବାଦକୁ ନେଇ ବଚସା ଲାଗି ରହିଥିଲା । ଗତ ସୋମବାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ର ଯାତ୍ରା ଦେଖିବା ପାଇଁ ଗ୍ରାମବାସୀ ସହରକୁ ଚାଲି ଯାଇଥିବା ବେଳେ ଏହି ସମୟରେ ପୂର୍ଣ୍ଣ ମାଝୀ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ, ଏହି ସମୟରେ ଜମିରେ ଥିବା ଦୁଇ ସାନ ଭାଇ ରଦାସ ମାଝି ଓ ବେଦ ମାଝୀ ତାଙ୍କୁ ଏକ ବାଡିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ପୂର୍ଣ୍ଣ ମାଝୀଙ୍କ ମୃତ୍ୟୁ ହୋଇଥିଲା ।

ଏହା ପରେ ହରଦାସ ଓ ବେଦ ମୃତଦେହକୁ ଚାଷ ଜମି ନିକଟରେ ଥିବା ଜଙ୍ଗଲରେ ଲୁଚାଇବାକୁ ଯାଇ ଏକ ଗାତ ଖୋଳି ସେଠାରେ ପୋତି ଦେଇଥିଲେ । ପରେ କୌଣସି ମତେ ଗ୍ରାମବାସୀ ଏହା ଜାଣି ପାରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ପୋତା ଯାଇଥିବା ମୃତଦେହକୁ ମାଟି ତଳୁ ବାହାର କରିବା ସହ ଦୁଇଭାଇ ହରଦାସ ମାଝି ଓ ବେଦ ମାଝୀଙ୍କୁ ଗିରଫ କରିଛି । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

ଅଭିଯୁକ୍ତ ସାନ ଭାଇ ହରଦାସ ମାଝିକୁ ପୋଲିସ ପଚାରଉଚରା କରୁଥିବା ସମୟରେ ସେ ବଡ ଭାଇକୁ ହତ୍ୟାକରି ମାଟିରେ ତଳେ ପୋତି ଦେଇଥିବା ସ୍ୱୀକାର କରିଛି । ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ABOUT THE AUTHOR

...view details