ଭୋପାଳ:ଅସହ୍ୟ ହେଲା ପେଟର ଭୋକ, ଖାଇବାକୁ ଟଙ୍କା ମାଗିବାରୁ ୬ବର୍ଷର ନାବାଳକକୁ ନିର୍ମମ ହତ୍ୟା କଲା ପୋଲିସ । ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ । ପୋଲିସ ବାବୁ ଜଣଙ୍କ ହେଉଛନ୍ତି କନେଷ୍ଟବଳ ରବି ଶର୍ମା । ସୂଚନା ଅନୁଯାୟୀ ଗତକାଲି ଡାଟିଆ ଜିଲ୍ଲାରେ ରଥଯାତ୍ରା ହେଉଥିବା ବେଳେ ରବି ଶର୍ମା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ସମୟରେ ଏକ ୬ ବର୍ଷର ନାବାଳକ କନେଷ୍ଟବଳ ଜଣଙ୍କୁ ଖାଦ୍ୟ ଖାଇବାକୁ ଟଙ୍କା ମାଗିଥିଲା ।
ଖାଦ୍ୟ ପାଇଁ ଟଙ୍କା ମାଗିବାରୁ ୬ ବର୍ଷର ନାବାଳକକୁ ହତ୍ୟାକଲା ପୋଲିସ !
ଖାକି ବର୍ଦ୍ଦିର ଦମ ଦେଖାଇଲା ପୋଲିସ, ଖାଦ୍ୟ ପାଇଁ ଟଙ୍କା ମାଗିବାରୁ ୬ ବର୍ଷର ନାବାଳକୁ ହତ୍ୟା କଲା ପୋଲିସ । ଅଧିକ ପଢନ୍ତୁ
କିନ୍ତୁ ସେ ମନା କରିବା ପରେ ବି ନାବାଳକଟି ବାରମ୍ଭାର ମାଗିବାରୁ ରାଗରେ ଜର୍ଜରିତ ହୋଇ ସେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଏକ ପରିତ୍ୟକ୍ତା ସ୍ଥାନରେ ପକାଇବାକୁ ଗ୍ବାଲିଅରକୁ ନେଇଯାଇଥିବା ଡାଟିଆ ପୋଲିସ ଅଧୀକ୍ଷକ ଆମାନ ସିଂ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ମାନସିକ ଚାପଗ୍ରସ୍ତ ଅବସ୍ଥାରେ ଥିବା ବେଳେ ପିଲାଟି ଟଙ୍କା ମାଗିବାରୁ ସେ ହତ୍ୟା କରିଥିବା ପୋଲିସ କହିଛି ।
ଏହି ଘଟଣାରେ ଏକ ସିସଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି । ଯେଉଁଥିରେ କନେଷ୍ଟବଳଙ୍କ ସହ ଅନ୍ୟ ୨ଜଣ ପୋଲିସ କର୍ମୀଏକ କାରରେ ଗ୍ବାଲିଅର ଫେରୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ନେଇ ରାଜ୍ୟପୋଲିସ ମୁଖ୍ୟାଳୟକୁ ଚିଠି ଲେଖାଯାଇ ଅଭିଯୁକ୍ତକୁ କାର୍ଯ୍ୟରୁ ତୁରନ୍ତ ବହିଷ୍କାର କରିବାକୁ କୁହାଯାଇଥିବା କହିଛନ୍ତି ଡାଟିଆ ପୋଲିସ ଅଧୀକ୍ଷକ ।
TAGGED:
MP cop kills minor boy