ଓଡିଶା

odisha

ପିଶାଚ ସ୍ବାମୀ, ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଚାଲିଲା ରାସ୍ତାରେ

By

Published : Jul 15, 2022, 8:35 AM IST

Updated : Jul 15, 2022, 9:04 AM IST

ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ଲୋମଟାଙ୍କୁରା ଘଟଣା । ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ । ଆଉ ତା’ ପରେ କଟାମୁଣ୍ଡକୁ ହାତରେ ଧରି ରାସ୍ତାରେ ଚାଲୁଥିଲା ସ୍ବାମୀ । ଅଧିକ ପଢନ୍ତୁ

ପତ୍ନୀହନ୍ତା ସ୍ବାମୀ, ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଚାଲିଲା ରାସ୍ତାରେ
ପତ୍ନୀହନ୍ତା ସ୍ବାମୀ, ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଚାଲିଲା ରାସ୍ତାରେ

ଢେଙ୍କାନାଳ:ଜିଲ୍ଲାରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତିରୁ ଘଟିଲା ବିଭତ୍ସ ହତ୍ୟା । ସ୍ତ୍ରୀକୁ କଟୁରିରେ ହାଣି ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା ସ୍ବାମୀ । ହତ୍ୟା ପରେ କଟାମୁଣ୍ଡ ଓ ରକ୍ତ ଭିଜା କଟୁରି ଧରି ରାସ୍ତାରେ ଚାଲି ଚାଲି ଫାଣ୍ଡିକୁ ଗଲା ପତ୍ନୀହନ୍ତା । ଅଧାବାଟରେ କାବୁ କଲେ ସ୍ଥାନୀୟ ଲୋକେ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ। ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ଜଣଙ୍କ ହେଉଛନ୍ତି ସଚଳା ମାଝୀ ।

ପତ୍ନୀହନ୍ତା ସ୍ବାମୀ, ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଚାଲିଲା ରାସ୍ତାରେ

ଆଜି ଭୋର ସମୟରେ ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଜୋରନ୍ଦା ଫାଣ୍ଡି ଅଭିମୁଖେ ଯାଉଥିବା ବେଳେ ଜଂଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ନାକଫୋଡି ମାଝୀକୁ ଗିରଫ କରି କଟା ମୁଣ୍ଡ ଓ କଟୁରି ଜବତ କରିଥିଲା । ଏହାପରେ ଚନ୍ଦ୍ରଶେଖରପୁର ଗ୍ରାମକୁ ଯାଇ ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି ।

ସଚଳାଙ୍କର ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ବାହାରେ ରହି କାମ କରୁଥିବା ଜଣାପଡିଛି । ତେବେ ସଚଳାଙ୍କ ଚରିତ୍ରକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା। ଶେଷରେ ଅତିଷ୍ଠ ହୋଇ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିଥିଲା ସ୍ବାମୀ ।

Last Updated : Jul 15, 2022, 9:04 AM IST

ABOUT THE AUTHOR

...view details