ମୁମ୍ବାଇ:ହଜିଗଲା ମାନବିକତା, ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ପିଶାଚ ବାପା ଘଟାଇଲା ନାରକୀୟ କାଣ୍ଡ । ଜନ୍ମିତ ଝିଅକୁ ଦୁଷ୍କର୍ମ କଲା ବାପା । ଦିନେ କି ଦୁଇ ଦିନ ନୁହେଁ ବରଂ ୪ ବର୍ଷ ଧରି ଝିଅକୁ ଦୁଷ୍କର୍ମ କରିଚାଲିଥିଲା ବାପା (father raped daughter) । ଅଭିଯୁକ୍ତ ବାପା ଏପରି କରିନାମା କରିଚାଲିଥିବା ବେଳେ ଅଟକାଇବା ବଦଳରେ ଉତ୍ସାହିତ କରୁଥିଲେ ପୀଡିତାଙ୍କ ମାଆ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେର କୋଣ୍ଡଓ୍ବାରେ ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ଓଡିଶାର ହୋଇଥିବା ବେଳେ ମହାରାଷ୍ଟ୍ରର କୋଣ୍ଡଓ୍ବାର ଓ୍ବାଗୋଲିରେ ପରିବାର ସହ ରହୁଥିଲା । ସେଠାରେ ଏକ ଗ୍ୟାରେଜରେ କାମ ମଧ୍ୟ କରୁଥିଲା । ତେବେ ସେ ଅନେକ ସମୟରେ ନିଜର ୨୦ ବର୍ଷିୟ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା । ଦୀର୍ଘ ୪ ବର୍ଷ ଧରି ଝିଅର ଯୌନ ଶୋଷଣ କରିଚାଲିଥିବା ବେଳେ ଅଟକାଇବା ପରିବର୍ତ୍ତେ ଅଭିଯୁକ୍ତକୁ ସାହାଯ୍ୟ କରୁଥିଲେ ତାଙ୍କ ପତ୍ନୀ ଓ ସାଙ୍ଗ । ଶେଷରେ ଅତିଷ୍ଠ ହୋଇ ଥାନାରେ ପହଞ୍ଚି ବାପା ମାଆ ଓ ତାଙ୍କ ସାଙ୍ଗ ବିରୋଧରେ ଥାନାରେ ଏତଲା ଦେଇଥିଲେ ପୀଡିତା ଜଣଙ୍କ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ତିନି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ଲୋନିକାନ୍ଦ ପୋଲିସ ।