ଓଡିଶା

odisha

ETV Bharat / crime

ରୋଗୀ ପଡିଥିଲା ବେଡ଼ରେ, ଟଙ୍କା ଲାଗିଥିଲା ସେୟାର ମାର୍କେଟରେ... - Fraudulent exposure

ହସ୍ପିଟାଲରେ ରୋଗୀ ଜୀବନ ମରଣ ସହିତ ଲଢେଇ କରୁଥିବାବେଳେ ସେୟାର ମାର୍କେଟରେ ଲାଗିଛି ରୋଗୀ ଟଙ୍କା । ଏହି ଘଟଣାରେ ଜଣେ ସିଆରପିଏଫ କନଷ୍ଟେବଳକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ସିଆରପିଏଫ କନଷ୍ଟେବଳ ଗିରଫ
ସିଆରପିଏଫ କନଷ୍ଟେବଳ ଗିରଫ

By

Published : Jun 21, 2021, 10:26 AM IST

Updated : Jun 21, 2021, 11:22 AM IST

ଭୁବନେଶ୍ବର:ରୋଗୀ ଟଙ୍କାରେ ଚାଲିଛି ବ୍ୟବସାୟ । ହସ୍ପିଟାଲରେ ରୋଗୀ ଜୀବନ ମରଣ ସହିତ ଲଢେଇ କରୁଥିବାବେଳେ ସେୟାର ମାର୍କେଟରେ ଲାଗିଛି ରୋଗୀ ଟଙ୍କା । ଏହି ଘଟଣାରେ ଜଣେ ସିଆରପିଏଫ କନଷ୍ଟେବଳକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।

ସୂଚନା ମୁତାବକ ହରିୟାଣା ଝାଝର ସିଆରପିଏଫ ଏସଆଇ ରାଜ ପାଲ ରୋଗରେ ପଡିଥିଲେ । ଚିକିତ୍ସା ପାଇଁ ହସ୍ପିଟାଲରେ ପଡିଥିବାରୁ ନିଜର ସହାଯ୍ୟ ପାଇଁ ତାଙ୍କ ସିଆରପିଏଫ ସାଥି କନଷ୍ଟେବଳ ପ୍ରିୟଦର୍ଶନ ପତିଙ୍କୁ ତାଙ୍କ ପିଛାରେ ଖର୍ଚ୍ଚ ହେଉଥିବା ଟଙ୍କା ପୈଠ ପାଇଁ ତାଙ୍କ ଏଟିଏମ କାର୍ଡ ଦେଇଥିଲେ ।

ରାଜ ପାଲଙ୍କ ବିଶ୍ବାସର ଫାଇଦା ଉଠାଇ ତାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଉଠାଇ ସେୟାର ମାର୍କେଟରେ ଲଗାଇଥିଲେ ପ୍ରିୟଦର୍ଶନ ପତି । ଏ ଘଟଣା ବିଷୟରେ ରାଜ ପାଲ ଜାଣିବା ପରେ ପଇସା ଡବଲ ହୋଇଯିବ ଏହା ପରେ ସେ ତାଙ୍କ ଟଙ୍କାକୁ ଫେରାଇ ଦେବେ ବୋଲି କହିଥିଲେ ପ୍ରିୟଦର୍ଶନ । ଏନେଇ ରାଜ ପାଲ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି କନଷ୍ଟେବଳ ପ୍ରିୟଦର୍ଶନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହିତ ତାଙ୍କଠାରୁ 8 ଲକ୍ଷ ଟଙ୍କା ଜବତ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 21, 2021, 11:22 AM IST

ABOUT THE AUTHOR

...view details