ଓଡିଶା

odisha

By

Published : Jan 24, 2023, 11:54 AM IST

ETV Bharat / crime

ସ୍ବାମୀ ସ୍ତ୍ରୀ ଝଗଡାରେ ବଳି ପଡିଲା ଶିଶୁ କନ୍ୟା, ହତ୍ୟା କରି ନଦୀରେ ଫିଙ୍ଗି ଦେଲା ବାପା

ବିହାରରେ ଅଭାବନୀୟ ଘଟଣା । ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଶିଶୁକନ୍ୟାକୁ ହତ୍ୟା କଲା ବାପା । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା:ସ୍ବାମୀ ସ୍ତ୍ରୀ ଝଗଡାରେ ବଳି ପଡିଲା ଚାରି ବର୍ଷ ଶିଶୁକନ୍ୟା । ଝଗଡା ପରେ ସ୍ତ୍ରୀ ବାପ ଘରକୁ ଚାଲିଯିବାରୁ ରାଗରେ ଜର୍ଜରିତ ହୋଇ ନିଜ ଝିଅକୁ ହତ୍ୟା କରିବାକୁ ପଛାଇଲା ନାହିଁ ବାପା । ଗଳାକାଟି ହତ୍ୟା କରିବା ପରେ ନଦୀରେ ଝିଅର ମୃତଦେହକୁ ଫିଙ୍ଗି ଦେଇଥିଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ବସନହି ପୋଲସ ଷ୍ଟେସନ ଅନ୍ତର୍ଗତ ମାଧେପୁର ଗ୍ରାମରେ। ଏନେଇ ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ବାପାକୁ ଗିରଫ କରିଥିବା ସୂଚନା ମିଳିଛି ।

ଝିଅକୁ ହତ୍ୟା କଲା ବାପା:-ମାଧେପୁର ଗ୍ରାମରେ ରହୁଥିବା ରାଜକୁମାର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ରବିବାର ରାତିରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଜକୁମାର ସ୍ତ୍ରୀକୁ ଏକ ବାଡିରେ ମାଡ଼ ମାରିଥିଲେ । ଫଳରେ ମହିଳା ଜଣଙ୍କ ସକାଳ ସମୟରେ ନିଜ ବାପ ଘରକୁ ପଳାଇଥିଲେ । ଯାହାକୁ ନେଇ ଅଭିଯୁକ୍ତ ଜଣଙ୍କ ରାଗ ଆହୁରି ବଢି ଯାଇଥିଲା । ଶେଷରେ ରାଗ ସୁଝାଇବାକୁ ଯାଇ ପାଖରେ ଥିବା ନିଜ ଚାରି ବର୍ଷର ଶିଶୁ କନ୍ୟାକୁ ଅଭିଯୁକ୍ତ ଜଣଙ୍କ ଗଳାକାଟି ହତ୍ୟା କରିଥିଲା ।

ଶାଶୁ ଅଭିଯୁକ୍ତ କହିଲା ପୁରା କାହାଣୀ:-ମହିଳା ଜଣଙ୍କ ବାପ ଘରକୁ ଯିବା ପରେ ଅଭିଯୁକ୍ତ ଜଣଙ୍କ ପାଖରେ ଥିବା ନିଜ ଝିଅକୁ ହତ୍ୟା କରିଥିଲା । ଏନେଇ ସ୍ଥାନୀୟ ଲୋକେ ଶିଶୁଟିର ମାଆକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ମୃତକଙ୍କ ମାଆ ଓ ଆଇ ପହଞ୍ଚିଥିଲେ । ଏହାପରେ ଅଭିଯୁକ୍ତ ଜଣଙ୍କ ଶାଶୁକୁ କହିଥିଲା ଯେ ମୁଁ ଝିଅକୁ ହତ୍ୟାକରି ନଦୀରେ ଫୋପାଡି ଦେଇଛି । ମହିଳା ଜଣଙ୍କ ଏହି ଘଟଣାକୁ ନେଇ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାର ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଝିଅକୁ ଦେଖିବାକୁ ନପାଇବାରୁ ସ୍ଥାନୀୟ ଲୋକଙ୍କ ବଢିଥିଲା ସନ୍ଦେହ:ସ୍ଥାନୀୟ ଗ୍ରାମବାସୀ ଯେତେବେଳେ ଝିଅଟିକୁ ଚାରିରୁ ପାଞ୍ଚ ଦିନ ଦେଖିବାକୁ ପାଇନଥିଲେ ସେତେବେଳେ ତାଙ୍କ ସନ୍ଦେହ ବଢିଥିଲା । ଏନେଇ ପତ୍ନୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, "ଏକ ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରାଯାଅଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।"

ABOUT THE AUTHOR

...view details