ସମ୍ବଲପୁର:ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଯୁଜୁମୁରା ବ୍ଲକ ଅଞ୍ଚଳରେ କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ଉଦ୍ୟମରେ 2018ରେ ଯୁଜୁମୁରା ରେ ଏକ ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 3 କୋଟି 60 ଲକ୍ଷ ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିଲା। ଏହାର ନିର୍ମାଣ ଦାୟିତ୍ବ ଦିଲ୍ଲୀର WAPCOS ନାମକ ଏକ ସଂସ୍ଥାକୁ ଦିଆଯାଇଥିଲା ।
ଏହି ଅଞ୍ଚଳରେ ଭଲ ହକି ଖେଳାଳି ବାହାରୁ ଥିବାରୁ ଏହି ଷ୍ଟାଡିୟମ ହେଲେ ହକି ପ୍ରତିଭାଙ୍କ ଏକ ପ୍ଲାଟଫର୍ମ ଦେବ ବୋଲି ସ୍ଥାନୀୟ ଲୋକ ଆଶା ରଖିଥିଲେ । ତେବେ ତେବେ ଠିକା ସଂସ୍ଥାର ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଷ୍ଟାଡିୟମ ନିର୍ମାଣ ହୋଇପାରିଲା ନାହିଁ । ଫଳରେ ଷ୍ଟାଡିୟମରେ ବିଛାଇବା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ଆସିଥିବା ଟର୍ପ ଏବେ ଯୁଜୁମୁରା ବ୍ଲକ ଅଫିସ ସମ୍ମୁଖରେ 3 ବର୍ଷ ହେଲା ବ୍ୟବହାର ହୋଇନପାରି ଖତ ଖାଉଛି ।