ଓଡିଶା

odisha

ETV Bharat / city

ଆସନ୍ତାକାଲିଠୁ ଖୋଲିବ ସମଲେଶ୍ୱରୀ ମନ୍ଦିର, ଦର୍ଶନ କରିବେ ଭକ୍ତ

ଦୀର୍ଘ ଦିନର କୋରୋନା କଟକଣା ପରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ମନ୍ଦିରରେ ପ୍ରବେଶ କରି ସଂପୂର୍ଣ୍ଣ ରୂପେ କୋଭିଡ ଗାଇଡଲାଇନକୁ ମାନି କରିବେ ଦେବାଦେବୀଙ୍କ ଦର୍ଶନ । ଅଧିକ ପଢନ୍ତୁ...

ମଙ୍ଗଳବାର ଠାରୁ ଭକ୍ତଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର
ମଙ୍ଗଳବାର ଠାରୁ ଭକ୍ତଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର

By

Published : Aug 2, 2021, 4:06 PM IST

ସମ୍ବଲପୁର: ଦୀର୍ଘ ଦିନର ବ୍ୟବଧାନ ପରେ ମା ସମଲେଶ୍ବରୀଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବେ ଶ୍ରଦ୍ଧାଳୁ । କାହିଁକି ନା ମଙ୍ଗଳବାର ଖୋଲିବ ସମଲେଶ୍ବରୀ ମନ୍ଦିର । ଏନେଇ ସରକାର SOP ଜାରି କରିଛନ୍ତି । ଏନେଇ ଅଗଷ୍ଟ ୨ରୁ ଭକ୍ତଙ୍କ ପାଇଁ ଖୋଲିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରୁ ମନ୍ଦିର ବନ୍ଦ ରହିଥିବା ବେଳେ ବର୍ତ୍ତମାନ ନିର୍ଦ୍ଧିଷ୍ଟ ଗାଇଡ଼ଲାଇନ ଭିତରେ ଏହାକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ସହରବାସୀ ଓ ପୂଜକ ମାନେ ।

ମଙ୍ଗଳବାର ଠାରୁ ଭକ୍ତଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର

ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ଶ୍ରଦ୍ଧାଳୁ ମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯିବା ନେଇ ସୂଚନା ଦେଇଛନ୍ତି । ଗୋଟିଏ ସମୟରେ ଜଣେ ଲୋକ ମା'ଙ୍କ ଦର୍ଶନ କରିପାରିବେ। ଏହା ସହ ପ୍ରତ୍ୟେକ ସୋମବାର ମନ୍ଦିରକୁ ବିଶୋଧନ କରିବାକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ନେଇ ଟ୍ରଷ୍ଟ ବୋର୍ଡର ସଭାପତି ସୂଚନା ଦେଇଛନ୍ତି ।

ସେପଟେ ସକାକ 6ରୁ ଦିନ ସାଢେ 11 ଓ ଅପରାହ୍ନ ସାଢେ 3 ଟାରୁ ସାଢ଼େ 7 ଟାଯାଏଁ ମନ୍ଦିର ଖୋଲା ରହିବ । ତେବେ ମନ୍ଦିର ଭିତରକୁ କୌଣସି ଫୁଲ, ଫଳ ଅଥବା ପ୍ରସାଦ ନେଇ ଶ୍ରଦ୍ଧାଳୁ ପ୍ରବେଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details