ସମ୍ବଲପୁର: ମହାମାରୀ କୋଭିଡ୍ ପାଇଁ ତପ୍ତର ହୋଇ ଉଠିଛି ସମ୍ବଲପୁର ମହାନଗର ନିଗମ । ଆଗକୁ ଆହୁରି ବ୍ୟବସ୍ଥିତ ହେବ କୋଭିଡ ରୋଗୀ ସେବା ।ଏହିପରି ଦୃଢୋକ୍ତି ରଖିଛନ୍ତି ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ। ଏହା ସହ ମୁଖ୍ୟତଃ ସମ୍ବଲପୁର ମହାନଗର ନିଗମରେ କୋଭିଡ୍ ପରିଚାଳନା, ଟୀକାକରଣ କାର୍ଯ୍ୟ ଓ ଇନଫୋର୍ସମେଣ୍ଟ କିପରି ଚାଲିଛି ସେନେଇ ବିସ୍ତୃତ ବିବରଣୀ ଦେଇଛନ୍ତି ସମ୍ବଲପୁର ମହାନଗର ନିଗମ କମିଶନର ।
ମହାନଗର ନିଗମରେ କୋଭିଡ୍ ପରିଚାଳନକୁ ନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପ ମହାନଗର ନିଗମ ପକ୍ଷରୁ ମହାମାରୀ କୋଭିଡ୍ ପରିଚାଳନା ପାଇଁ ମହାନଗର ନିଗମ ଅଞ୍ଚଳରେ ବିଶେଷ ପଦକ୍ଷେପ ନିଆଯାଉଥିବା ନେଇ କହିଛନ୍ତି କମିଶନର । ସମ୍ବଲପୁର ମହାନଗର ନିଗମର ସମସ୍ତ 41 ଗୋଟି ୱାର୍ଡ ରେ ଲୋକଙ୍କୁ ସଚେତନ କରାଯାଉଛି । ଏଥିସହ ମହାନଗର ନିଗମ ଅଞ୍ଚଳରେ ଭିମସାରରେ 2 ଗୋଟି କୋଭିଡ ହସ୍ପିଟାଲ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଶ୍ୱିନୀ ଦ୍ୱାରା ପରିଚାଳିତ କୋଭିଡ୍ ହସ୍ପିଟାଲ ରହିଛି ,ସେହିପରି ଆରୋଗ୍ୟମ୍ ଓ ସମଲେଶ୍ବରୀ ଘରୋଇ ହସ୍ପିଟାଲରେ ମଧ୍ୟ କୋଭିଡ ଚିକିତ୍ସା କରାଯିବା ର ବ୍ୟବସ୍ଥା କରାଯାଇଛି । ଏହି ସବୁ ହସ୍ପିଟାଲରେ ମୋଟ ୮୧୫ଟି ବେଡରେ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୨୧ ଗୋଟି ବେଡରେ ରୋଗୀଙ୍କ ଚିକିତ୍ସା କରାଯାଉଛି ।
ଆଗକୁ ସମସ୍ତ ବେଡ୍ କାର୍ଯ୍ୟକ୍ଷମ କରାଯିବାର ଯୋଜନା ରହିଛି । ତେବେ ସବୁ ବେଡରେ ରୋଗୀଙ୍କୁ ଅମ୍ଲଜାନ ସିଲିଣ୍ଡର ଦେବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ମହାନଗର ନିଗମ ଅଞ୍ଚଳରେ କ୍ଲଷ୍ଟର ଲେଭେଲ ଟିଏମସି କାଇଁଶିରର ୬୦୦ ବେଡ ଓ ବୁର୍ଲା ରେ ୬୦୦ ବେଡର ରହିଛି । ଏହି ଉଭୟ କେନ୍ଦ୍ର ରେ ରୋଗୀଙ୍କ ପାଇଁ ସବୁ ପ୍ରକାଶ ସୁବିଧା କରାଯାଇଛି । ମହାନଗର ନିଗମ ଅଞ୍ଚଳରେ ୪୨୦୦ ପଜିଟିଭ୍ କେସ ଥିବା ବେଳେ ୯୦ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି । ମହାନଗର ନିଗମ ଅଞ୍ଚଳରେ 20 ଗୋଟି ଅମ୍ଲଜାନ ସିଲିଣ୍ଡର ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ରହିଛି ଯେଉଥିରେ କୋଭିଡ ରୋଗୀଙ୍କୁ ହସ୍ପିଟାଲକୁ ନେବା କାର୍ଯ୍ୟରେ ନିୟୋଜିତ କରାଯାଇଛି ।
ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ସ୍ୱତନ୍ତ୍ର ଟିମ ରହିଥିବା ବେଳେ ଏଥିପାଇଁ ଏକ ହେଲ୍ପ ଡ୍ୟାସ୍କର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୯ ଗୋଟି CTMC ରେ ୫୭୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥା ରହିଛି । ମହାନଗର ନିଗମ ପକ୍ଷରୁ ପ୍ଲାଜମା ଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଆଜି ସୁଦ୍ଧା ୬ ଜଣ ପ୍ଲାଜମା ଦାନ କରି ସାରିଛନ୍ତି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସଂକ୍ରମଣ ବୄଦ୍ଧି ପାଇଁ ବର୍ତ୍ତମାନ ସୁଦ୍ଧା ୨୨ ଗୋଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ବେଳେ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗର ଟିମ୍ କଣ୍ଟେନମେଣ୍ଟ ଜୋନ୍ ଓ ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ଥାନା ଅଧିନରେ କୋଭିଡ ନିୟମ କଡାକଡି ଲାଗୁ କରିବା ସହ ବିଶେଷ ପଦକ୍ଷେପ ନିଆଯାଉଛି । ଏଥିପାଇଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜନଗହଳିପୁର୍ଣ୍ଣ ଅଞ୍ଚଳରେ ଚଢାଉ କରାଯାଇ ଅମାନିଆଙ୍କ ଠାରୁ ଫାଇନ୍ ଆଦାୟ ସହ କୋଭିଡ୍ ନିୟମ ମାନିବା ନେଇ କଡା ଦାଗିଦ ମଧ୍ୟ କରାଯାଉଛି ।
ସେହିପରି ସରକାରଙ୍କ ନିର୍ଦେଶରେ ମହାନଗର ନିଗମ ଅଞ୍ଚଳରେ ଟୀକାକରଣକୁ ମଧ୍ୟ ବେଶ୍ ଗୁରୁତ୍ୱ ଦିଆଯାଇଛି । ମହାନଗର ନିଗମ ଅଞ୍ଚଳରେ ୧୮ ଗୋଟି କେନ୍ଦ୍ରରେ ୧୮ ରୁ ୪୪ ବର୍ଷ ଲୋକଙ୍କ ପାଇଁ ପ୍ରଥମ ଡୋଜ ଟିକା ଓ ୪୫ ରୁ ଉର୍ଦ୍ଧ୍ ବର୍ଷ ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି । ୧୮ ଟି କେନ୍ଦ୍ରରେ ଦୈନିକ ୨୦୦୦ ଡୋଜ୍ ଟିକା ଦେବାପାଇଁ ବ୍ୟବସ୍ଥା କରାଯାଇଛି ନେଇ ସମ୍ବଲପୁର ମହାନଗର ନିଗମ କମିସନର ଅନିରୁଦ୍ଧ ପ୍ରଧାନ ସୁଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରଣା, ଇଟିଭି ଭାରତ