ଓଡିଶା

odisha

ETV Bharat / city

କୋରୋନା କଷ୍ଟ, ଉଠା ଦୋକାନୀଙ୍କୁ ମିଳୁନି ସରକାରୀ ସ୍କିମରେ ଋଣ - କଷ୍ଟରେ ଉଠା ଦୋକାନୀଙ୍କୁ

କୋଭିଡ ସମୟରେ ଉଠା ଦୋକାନୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା। ହେଲେ ଏହି ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ। ବ୍ୟାଙ୍କ ଋଣ ମିଳୁନଥିବାରୁ ଏମାନେ ମହାନଗର ନିଗମର କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

କୋରୋନା କଷ୍ଟ, ଉଠା ଦୋକାନୀଙ୍କୁ ମିଳୁନି ସରକାରୀ ଯୋଜନାରୁ ଋଣ
କୋରୋନା କଷ୍ଟ, ଉଠା ଦୋକାନୀଙ୍କୁ ମିଳୁନି ସରକାରୀ ଯୋଜନାରୁ ଋଣ

By

Published : Oct 18, 2020, 5:47 PM IST

ସମ୍ବଲପୁର: କୋଭିଡ ସମୟରେ ବହୁ ଉଠା ଦୋକାନୀ ଓ ବୁଲା ବିକାଳୀଙ୍କ ବ୍ୟବସାୟ ବୁଡ଼ିଗଲା। ଏଭଳି ସ୍ଥିତିରେ ଏମନଙ୍କ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାର ବ୍ୟାଙ୍କ ଋଣ ଯୋଗାଇବାକୁ ଏକ ସ୍କିମ ପ୍ରସ୍ତୁତ କରିଛନ୍ତି। ତେବେ ସମ୍ବଲପୁରରେ ଏହି ଛୋଟ ବ୍ୟବସାୟୀ ମାନଙ୍କୁ ବ୍ୟାଙ୍କ ଗୁଡିକ ଋଣ ଦେଉନଥିବା ଅଭିଯୋଗ ହୋଇଛି।

ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରେ 3800 ଉଠା ଦୋକାନୀ ଥିବା ବେଳେ, ଏମାନଙ୍କ ମଧ୍ୟରୁ କେଵଳ 400 ଦୋକାନୀଙ୍କୁ ବ୍ୟାଙ୍କ ଋଣ ମିଳିଛି। ଅନ୍ୟ ବହୁ ବ୍ୟବସାୟୀ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖେଇ ଋଣ ଦେଉନଥିବା ଅଭିଯୋଗ ହୋଇଛି।

କୋରୋନା କଷ୍ଟ, ଉଠା ଦୋକାନୀଙ୍କୁ ମିଳୁନି ସରକାରୀ ଯୋଜନାରୁ ଋଣ

ଏହି ସମସ୍ୟା ନେଇ ଏହି ଛୋଟ ବ୍ୟବସାୟୀ ମାନେ ସମ୍ବଲପୁର ଉଠା ଦୋକାନୀ ସଙ୍ଘ ର ସଭାପତି ସତୀଶ ବିଶିଙ୍କ ନେତୃତ୍ୱରେ ସମ୍ବଲପୁର ମହାନଗର ନିଗମର କମିଶନରଙ୍କୁ ଭେଟି ଏକ ଦାବି ପତ୍ର ଦେଇଛନ୍ତି। ଏନେଇ ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details