ସମ୍ବଲପୁର: ସମ୍ବଲପୁର ସହରକୁ 2014 ବିଧାନସଭା ନିର୍ବାଚନ ପୂର୍ବରୁ ମହାନଗର ନିଗମର ମାନ୍ୟତା ଦେଲେ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ମଧ୍ୟ ହେଲା । ତେବେ ଆଜି ପର୍ଯ୍ୟନ୍ତ ଏହି ମହାନଗର ନିଗମର ନିର୍ବାଚନ ହୋଇପାରିନି । ଏହାର ଫଳ ଭୋଗୁଛନ୍ତି ସମ୍ବଲପୁର ମହାନଗର ନିଗମବାସୀ। ତେବେ ଏନେଇ ବର୍ତ୍ତମାନ ମତ ରଖିଛନ୍ତି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । କହିଛନ୍ତି ଯେ ସମ୍ବଲପୁର ମହାନଗର ନିଗମ ତଥା ରାଉରକେଲା ମହାନଗର ନିଗମର ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ।
ଏହାବି ପଢନ୍ତୁ Digital Dialogue: କୋଟିଆକୁ ନେଇ ଆମ ରାଜନେତାଙ୍କ କଣ ହେଲା ଆମେ ଜାଣିନାହୁଁ: ଗଦାଧର ପରିଡା
ସମ୍ବଲପୁର ଲୋକ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ତେବେ ମୋତେ ୱାର୍ଡ ମେମ୍ବରର କାମ କରିବାକୁ ପଡୁଛି । ମୁଁ ବହୁତ ହଇରାଣ ହେଉଛି । ସମ୍ବଲପୁର ମହାନଗର ନିଗମ ନିର୍ବାଚନ ଅଟକି ରହିଥିବା ପ୍ରସଙ୍ଗରେ କିଛି ଏମିତି କିଛି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । 2014 ବିଧାନସଭା ନିର୍ବାଚନ ପୂର୍ବରୁ ସମ୍ବଲପୁର ସହର ମହାନଗରର ମାନ୍ୟତା ପାଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ପୌର ନିର୍ବାଚନ ହୋଇପାରିନି । ସମ୍ବଲପୁର ସହରରେ ବୁର୍ଲା, ହୀରାକୁଦ ସହର ସହ ମାନେଶ୍ୱର ଓ ଧନକାଉଡା ବ୍ଲକର 12 ଟି ପଞ୍ଚାୟତକୁ ନେଇ ମହାନଗର ଗଠନ ହୋଇଥିଲା । ଏହାକୁ 41 ଟି ୱାର୍ଡରେ ବିଭକ୍ତ କରାଯାଇଥିଲା । ତେବେ ବୁର୍ଲାର ଜଣେ ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀ ୱାର୍ଡ ପୁନର୍ଗଠନ ନେଇ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରିବା ପରେ ମହାନଗର ନିଗମ ନିର୍ବାଚନରେ ହାଇକୋର୍ଟ ରହିତାଦେଶ ଜାରି କରିଦେଲେ ।
ଏହାବି ପଢନ୍ତୁ -Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ