ସମ୍ବଲପୁର: ଜିଲ୍ଲାକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ । ବର୍ତ୍ତମାନ ଜିଲ୍ଲାର ହୀରାକୁଦ ଓ ଜୁଜୁମୁରା ଅଞ୍ଚଳରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଅଞ୍ଚଳକୁ ବଫର ଓ ଆଉ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ସହର E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ସେହିଭଳି ଜୁଜୁମୁରା ବ୍ଲକର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ ଟିସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି। ଯୁଯୁମୁରା ଅଞ୍ଚଳର ଡଙ୍ଗାପାଳ ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରିଛି ପ୍ରଶାସନ ।
ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ - ସମ୍ବଲପୁର ଖବର
ସମ୍ବଲପୁର ଜିଲ୍ଲାର ହୀରାକୁଦ ଓ ଜୁଜୁମୁରା ଅଞ୍ଚଳରେ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା।
ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ
ସମ୍ବଲପୁର ଜିଲ୍ଲାପାଳ ସମସ୍ତ ସ୍ଥିତିକୁ ପରଖିଲା ପରେ ଏଭଳି ଘୋଷଣା କରିଛନ୍ତି। ଜୁଜୁମୁରା ଓ ହୀରାକୁଦ ଅଞ୍ଚଳରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢିଚାଲି ଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ପ୍ରତ୍ୟେକ ଦିନ ଏହି ଅଞ୍ଚଳରୁ ଅଧିକ ମାତ୍ରାରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ପ୍ରତ୍ୟେକ ଦିନ କୋଭିଡ ସଂକ୍ରମଣ 300 ପାଖାପାଖି ରହୁଥିବାରୁ ଆଗକୁ ଆହୁରି କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଅଥବା ବଫର ଜୋନ ଘୋଷଣା ହୋଇପାରେ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ