ଓଡିଶା

odisha

ETV Bharat / city

ବଜ୍ରପାତ ନେଲା ଶିଶୁ ଜୀବନ - boy

ବଜ୍ରପାତ ଯୋଗୁଁ 7ବର୍ଷ ଶିଶୁର ମୃତ୍ୟୁ । ଶିଶୁଟି 2ୟ ଶ୍ରେଣୀରେ ପାଠ ପଢୁଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : May 20, 2019, 8:33 PM IST

ସମ୍ବଲପୁର: ବଜ୍ରପାତ ହେଲା କାଳ । ଦେବଗଡ଼ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଯୋଗୁଁ ଜଣେ ଶିଶୁର ମୃତ୍ୟୁ ହୋଇଛି । ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଛାପଲ ଗାଁର ବିଲକାନ୍ ମୁଣ୍ଡାଙ୍କ ପୁଅ ସୁଶୀଲ ମୁଣ୍ଡା(7ବର୍ଷ) ବଜ୍ରପାତର ଶୀକାର ହୋଇଛନ୍ତି । ସେ 2ୟ ଶ୍ରେଣୀର ଛାତ୍ର ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନାଥାଉକି, ବିଲକାନ୍ ମୁଣ୍ଡାଙ୍କ ଘର ନିକଟରେ ସୁଶୀଲ ଓ ଅନ୍ୟ ତିନି ଜଣ ଶିଶୁ ଖେଳୁଥିଲେ । ଏହି ସମୟରେ ହଠାତ୍‌ କାଳବୈଶାଖୀ ଯୋଗୁଁ ଝଡତୋଫାନ ଆରମ୍ଭ ହୋଇ ଯାଇଥିଲା । ସେହି ସମୟରେ ବଜ୍ରପାତ ହେବାରୁ ସେ ଅଚେତ ହୋଇ ପଡିଥିଲେ । ତେବେ ତୁରନ୍ତ ଶିଶୁଟିକୁ ତିଲେଇବଣୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ପରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବଲପୁରରୁ ବଦଶାହ ଜୁସମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details