ସମ୍ବଲପୁର: ମୁନ୍ଦାଏ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତିସମ୍ବଲପୁର ମହାନଗର ନିଗମ ବାସିନ୍ଦା । ଏହାକୁ ବିରୋଧ କରି ମହାନଗର ନିଗମର ବସ୍ତି ଅଞ୍ଚଳ ମହିଳା ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବର୍ଷବର୍ଷ ଧରି ସମ୍ବଲପୁରର କେତେକ ନିର୍ଦ୍ଧିଷ୍ଟ ବସ୍ତି ଅଞ୍ଚଳରେ ପିଏଚଡି(PHD) ପାଣି ଯୋଗାଣ ହେଉନାହିଁ । ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ମହିଳା । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ସମ୍ବଲପୁର ସହରରେ ନାହିଁ ପାଣି, ଜନସ୍ୱାସ୍ଥ୍ୟ ବିଭାଗ ଅଫିସ ଘେରିଲେ ବସ୍ତି ବାସିନ୍ଦା - ସମ୍ବଲପୁର ପାନୀୟ ଜଳ ସମସ୍ୟା
ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସମ୍ବଲପୁର ମହାନଗର ନିଗମ ବାସିନ୍ଦା । ଏହାକୁ ବିରୋଧ କରି ମହାନଗର ନିଗମର ବସ୍ତି ଅଞ୍ଚଳ ମହିଳା ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢ଼ନ୍ତୁ...
ଶେଷରେ ଆଜି ବାଧ୍ୟ ହୋଇ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ଘେରାଉ କରିଛନ୍ତି ସ୍ଥାନୀୟ ବସ୍ତି ମହିଳା । ସମ୍ବଲପୁର ମହାନଗର ନିଗମର ଦୁର୍ଗାପାଲି, କାନିଜୁରି, ବଡ଼ ଖଡ଼ିଆପଡା, ସାନ ଖଡ଼ିଆପଡା, ତଳିପଡ଼ା, ଦେବୀବନ୍ଧ ଅଞ୍ଚଳରେ ପିଏଚଡି(PHD) ପାଣି ବର୍ଷବର୍ଷ ଧରି ଅସୁନଥିବା ସ୍ଥାନୀୟ ମହିଳା ଅଭିଯୋଗ କରିଛନ୍ତି । ମୁଖ୍ୟତଃ ଦୁର୍ଗାପାଲି ଓ କାନିଜୁରି ଅଞ୍ଚଳର 500 ପରିବାର ପିଏଚଡି ପାଣି ମିଳି ପାରୁନି । ଫଳରେ ବସ୍ତି ଅଞ୍ଚଳ ବାସିନ୍ଦା ନାଳର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ସେପଟେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଆଗମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ବସ୍ତି ମହିଳା ।
ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ