ସମ୍ବଲପୁର:ଗୋଟିଏ ପଞ୍ଚାୟତରେ 27 ଜଣ ସରପଞ୍ଚ ପ୍ରାର୍ଥୀ। କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟା ସତ। ଚଳିତ ପଞ୍ଚାୟତ ନିର୍ବାଚନରେ ସମ୍ବଲପୁର ରେଙ୍ଗାଲୀ ବ୍ଲକର ଝାଙ୍କରପାଲି ପଞ୍ଚାୟତରେ ଏଭଳି 27 ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
Panchayat Election :ଗୋଟିଏ ପଞ୍ଚାୟତରେ ଲଢୁଛନ୍ତି 27 ସରପଞ୍ଚ ପ୍ରାର୍ଥୀ ଏହି ପଞ୍ଚାୟତରେ ରେ 6 ଟି ରାଜସ୍ୱ ଗାଁ ରହିଥିବା ବେଳେ 11 ଟି ୱାର୍ଡ ରହିଛି। ଆଉ ଏହି ସ୍ଥାନରେ ରହିଛନ୍ତି ପ୍ରାୟ 5 ହଜାର ଭୋଟର। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଏଠାରେ 27 ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ପ୍ରତିତ୍ବନ୍ଦିତା କରିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଏହାବି ପଢନ୍ତୁ :Panchayat Poll: ପଶ୍ଚିମ ଓଡିଶାରେ ବିଜେପିର ପ୍ରଚାର ଜୋରଦାର, ମଇଦାନରେ ବରିଷ୍ଠ
ଅନ୍ୟପଟେ ସ୍ଥାନୀୟ ଲୋକ ଏତେ ସଂଖ୍ୟକ ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ଅଡ଼ୁଆରେ ପଡିଥିବା କହିଛନ୍ତି । କାହାକୁ ଭୋଟ ଦେବେ କାହାକୁ ନାହିଁ ସେହି ନିଷ୍ପତ୍ତି ନେଇ ପାରୁ ନାହାଁନ୍ତି ସ୍ଥାନୀୟ ଲୋକେ। କିଛି ଲୋକ ଏତେ ସଂଖ୍ୟକ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନରେ ଲଢିବାକୁ ପସନ୍ଦ କରୁନାହାଁନ୍ତି।
ତେବେ ସରପଞ୍ଚ ପ୍ରାର୍ଥୀ ମାନେ ଲୋକଙ୍କ ସେବା କରିବା ସହ ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଦୁର କରିବାକୁ ନିର୍ବାଚନରେ ଓହ୍ଲେଇଥିବା କହିଛନ୍ତି। ରାଜନୀତିକୁ ବ୍ୟବସାୟ ଭାବି କିଛି ଲୋକ ରୋଜଗାର କରିବା ଉଦ୍ଦେଶ୍ୟରେ ରାଜନିତୀକୁ ଆସିଛନ୍ତି ବୋଲି ମଧ୍ୟ ସ୍ଥାନୀୟ ଲୋକ କହିଛନ୍ତି। ତେବେ ସେ ଯାହା ହେଉନା କାହିଁକି ଏତେ ସଂଖ୍ୟକ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଏବେ ସମ୍ବଲପୁରର ଝାଙ୍କରପାଲି ଗାଁ ଚର୍ଚ୍ଚାରେ ରହିଛି।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ