ଓଡିଶା

odisha

ETV Bharat / city

ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ପ୍ରସ୍ତୁତ SMC

ସମ୍ବଲପୁର ସହରରେ ପ୍ରତ୍ୟେକ ବର୍ଷ ବର୍ଷା ଦିନେ ସହର ଭିତରେ ବନ୍ୟା ହେବାର ସମ୍ଭାବନା ରହିଥାଏ । କାରଣ ସମ୍ବଲପୁର ସହରର ଉପର ମୁଣ୍ଡରେ ହୀରାକୁଦ ଡ୍ୟାମ ଥିବା ବେଳେ ଡ୍ୟାମରୁ 35 ରୁ ଅଧିକ ଗେଟ ଖୋଲା ଥିବା ଅବସ୍ଥାରେ ଯଦି ସମ୍ବଲପୁର ସହରରେ ପ୍ରବଳ ବର୍ଷା ହୁଏ ତେବେ ସହର ର ବର୍ଷା ପାଣି ମହାନଦୀକୁ ନିଷ୍କାସନ ହୋଇପାରେ ନାହିଁ । ଅଧିକ ପଢନ୍ତୁ

By

Published : Jun 24, 2022, 9:30 PM IST

Sambalpur Municipal Corporation
Sambalpur Municipal Corporation

ସମ୍ବଲପୁର: ସମ୍ବଲପୁର ସହରରେ ପ୍ରତ୍ୟେକ ବର୍ଷ ବର୍ଷା ଦିନେ ସହର ଭିତରେ ବନ୍ୟା ହେବାର ସମ୍ଭାବନା ରହିଥାଏ। କାରଣ ସମ୍ବଲପୁର ସହରର ଉପର ମୁଣ୍ଡରେ ହୀରାକୁଦ ଡ୍ୟାମ ଥିବା ବେଳେ ଡ୍ୟାମରୁ 35 ରୁ ଅଧିକ ଗେଟ ଖୋଲା ଥିବା ଅବସ୍ଥାରେ ଯଦି ସମ୍ବଲପୁର ସହରରେ ପ୍ରବଳ ବର୍ଷା ହୁଏ ତେବେ ସହରର ବର୍ଷା ପାଣି ମହାନଦୀକୁ ନିଷ୍କାସନ ହୋଇପାରେ ନାହିଁ । ଫଳରେ ସହର ରେ ବନ୍ୟା ପରିସ୍ଥିତି ଉପୁଜିଥାଏ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ସମସ୍ତ ପ୍ରକାରର ପ୍ରସ୍ତୁତି ନିଶ୍ଚିତ କରିଥିବା ଏସଏମସି କମିଶନର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।

SambalpurNews: ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ପ୍ରସ୍ତୁତ ଏସଏମସି

ସମ୍ବଲପୁରରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ମହାନଗର ନିଗମ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି । ସହର ମଧ୍ୟରୁ ବନ୍ୟାଜଳ ମହାନଦୀକୁ ନିଷ୍କାସିତ କରିବା ପାଇଁ ବାଲିବନ୍ଧା ଓ ବିନାଖଣ୍ଡି ଠାରେ ଥିବା ପମ୍ପ ହାଉସ ଗୁଡିକର ଟେଷ୍ଟିଙ୍ଗ ସରିଛି । ସହରର ଅନ୍ୟାନ୍ୟ ତଳି ଅଞ୍ଚଳ ଗୁଡ଼ିକରେ 12 ଗୋଟି ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପର ବ୍ୟବସ୍ଥା କରାଯାଇଛି । ଏହା ସହ ସମ୍ବଲପୁର ସହର ଭିତରେ ଥିବ ବିଭିନ୍ନ ନାଳ ନର୍ଦ୍ଦମା ସଫା କରାଯାଉଛି ବୋଲି କମିଶନର କହିଛନ୍ତି ।

ଏହା ସହ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ 32 ଗୋଟି ବନ୍ୟା ଆଶ୍ରୟ ସ୍ଥଳର ବ୍ୟବସ୍ଥା କରାଯାଇଛି । 29 ଗୋଟି ସ୍କୁଲରେ ବ୍ୟବସ୍ଥା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର 3 ଗୋଟି ସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳର ବ୍ୟବସ୍ଥା ରହିଥିବା କମିଶନର କହିଛନ୍ତି।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details