ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବାକୁ ଆଉ କିଛି ଦିନ ବାକି ଥିବାବେଳେ ସମ୍ବଲପୁର ଜିଲ୍ଲାରେ ରାଜନୈତିକ ହଟଚମଟ ଆରମ୍ଭ ହୋଇ ଯାଇଛି। ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ବରୁଣ ଦେହୁରୀ ନିଜର 5 ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂ ଓ ରେଢାଖୋଲ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।
ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁଜୁମୁରା ବ୍ଲକ ଅଞ୍ଚଳର ଟାଣୁଆ ଯୁବ କଂଗ୍ରେସ ନେତା ହେଉଛନ୍ତି ବରୁଣ ଦେହୁରୀ । ବିଜେଡିରେ ସାମିଲ ହେବାପରେ କଂଗ୍ରେସ ଦଳର ନେତୃତ୍ବ ଠିକ ନଥିବା, ଗୋଷ୍ଠୀ କନ୍ଦଳ, ପୁରୁଣା କାର୍ଯ୍ୟକର୍ତାଙ୍କୁ ଦଳରେ ଅବାବେଳା ଯୋଗୁଁ ସେ କଂଗ୍ରେସ ଛାଡିଥିବା କହିଛନ୍ତି। ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ଅନ୍ୟ କିଛି ବରିଷ୍ଠ ନେତାଙ୍କ ମାନମାନି ଚାଲିଥିବା କହିଛନ୍ତି ।