ଓଡିଶା

odisha

By

Published : Jan 20, 2022, 8:59 AM IST

ETV Bharat / city

ସମ୍ବଲପୁରରେ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ

ଜିଲ୍ଲା ପରିଷଦ ସିଟ ପାଇଁ ଯୁଜୁମୁରା ବ୍ଲକର 2ଟି ଜୋନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ହୋଇଛି । ଏନେଇ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି 2ପ୍ରାର୍ଥୀ । ଅଧିକ ପଢନ୍ତୁ

ସମ୍ବଲପୁରରେ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ
ସମ୍ବଲପୁରରେ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ

ସମ୍ବଲପୁର : ଜିଲ୍ଲା ପରିଷଦ ସିଟ ପାଇଁ ଯୁଜୁମୁରା ବ୍ଲକର 2 ଟି ଜୋନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ହୋଇଛି । ଏନେଇ ଗତକାଲି ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଶେଷ ହୋଇଛି। ଗତକାଲି ଅପରାହ୍ନ 2ଟା 55 ରେ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁଙ୍କ ନେତୃତ୍ୱରେ ଯୁଜୁମୁରା ବ୍ଲକର ଉଭୟ ଜୋନର ପ୍ରାର୍ଥୀ ନିଜର ଆବଶ୍ୟକୀୟ କାଗଜପତ୍ର ଧରି ନାମାଙ୍କନ ପତ୍ର ଦାଖଲ ପ୍ରକୋଷ୍ଠକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ସମ୍ବଲପୁରରେ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ

ଯୁଜୁମୁରା ଜୋନ 1 ପାଇଁ ସସ୍ମିତା ରାଣୀ ଦେହୁରୀ ଓ ଯୁଜୁମୁରା ଜୋନ 2 ପାଇଁ ଅନୀଲ ମିର୍ଧା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଗକୁ ଜିଲ୍ଲାର ଅନ୍ୟ ସବୁ ସିଟ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ଓ ପ୍ରାର୍ଥୀ ଚୟନ ହୋଇ ସାରିଛି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ। ଥର କୃଷକଙ୍କ ବିଭିନ୍ନ ସମସ୍ୟା ତଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତାକୁ ଲୋକଙ୍କ ଆଗକୁ ଆଣି କଂଗ୍ରେସ ନିର୍ବାଚନ ଲଢ଼ିବ ବୋଲି କହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details