ସମ୍ବଲପୁର:E-ଲର୍ଣ୍ଣିଂ ସେଣ୍ଟରରୁ ଚୋରି । ସମ୍ବଲପୁର ଜିଲ୍ଲା ଅଧିନ ବୁର୍ଲାସ୍ଥିତ ବିଜୁପଟ୍ଟନାୟକ ଇ- ଲର୍ଣ୍ଣିଂ ସେଣ୍ଟରର କମ୍ପ୍ୟୁଟର ମଧ୍ୟରୁ ପ୍ରୋସେସର ଓ RAM ଚୋରି ହୋଇ ଯାଇଛି । ଆଉ ଶିକ୍ଷାଦାନ କେନ୍ଦ୍ରର ପ୍ରାୟ ୪୯ଟି କମ୍ପ୍ୟୁଟର ମଧ୍ୟରୁ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଖୋଦ୍ ଭିସୁଟର ରେଜିଷ୍ଟାର ।
ବୁର୍ଲା ଭିସୁଟ E-ଲର୍ଣ୍ଣିଂ ସେଣ୍ଟରରୁ ଚୋରି ହେବା ନେଇ ଅଭିଯାେଗ ଆଣିଲେ ରେଜିଷ୍ଟାର
କମ୍ପ୍ୟୁଟର ଭିତରୁ RAM ଓ ପ୍ରୋସେସର ଚୋରି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...
ବୁର୍ଲା ଭିସୁଟ E-ଲର୍ଣ୍ଣିଂ ସେଣ୍ଟରରୁ ଚୋରି ହେବା ନେଇ ଆଭିଯାେଗ ଆଣିଲେ ରେଜିଷ୍ଟାର
ଏନେଇ ବୁର୍ଲା ଥାନାରେ ଅଭିଯୋଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ସୂଚନାନୁସାରେ ଏପର୍ଯ୍ୟନ୍ତ ଚୋରି ହେବା ଘଟଣାରେ ପୋଲିସ କୌଣସି ଜଣକୁ ଗିରଫ କରିପାରି ନାହିଁ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ