ଓଡିଶା

odisha

Raipur Helicopter Crash: ମିଳିଲା ପରିଚୟ, ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ମୃତ

By

Published : May 13, 2022, 9:25 AM IST

Updated : May 13, 2022, 11:08 AM IST

ଛତିଶଗଡର ରାଜଧାନୀ ରାୟପୁରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ଦୁଇଜଣଙ୍କ ମଧ୍ୟରୁ ଜଣେ ଓଡିଆ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Raipur Helicopter Crash
Raipur Helicopter Crash

ଭୁବନେଶ୍ବର: ଛତିଶଗଡର ରାଜଧାନୀ ରାୟପୁରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ଦୁଇଜଣଙ୍କ ମଧ୍ୟରୁ ଜଣେ ଓଡିଆ ହୋଇଥିବା ସୂଚନା ମିଳିଛି । ମୃତ ପାଇଲଟ ହେଲେ ସମ୍ବଲପୁର ଜି୍ଲ୍ଲା ଯୁଜୁମୁରା ବ୍ଲକ ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା । ଏ ଖବର ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ମୃତ

2010ରୁ ଦୀର୍ଘ 12 ବର୍ଷ ହେବେ ସେ ପାଇଲଟ ଭାବରେ ରାୟପୁରରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ପରିବାର ସହ ରାୟପୁରରେ ରହି ଆସୁଥିଲେ । ତାଙ୍କ ସାନ ଭାଇଙ୍କ ପରିବାର ସମ୍ବଲପୁର ସହର ହୀରାକୁଦ କଲୋନୀରେ ରୁହନ୍ତି । ଗୋପାଳ ଜଣେ ଭଲ ମିଷ୍ଟଭାଷୀ ସ୍ବାଭାବର ବ୍ୟକ୍ତି ଥିଲେ । ତାଙ୍କ ଅକାଳ ବିୟୋଗ ଖବର ପରିବାର ପାଖରେ ଖବର ପହଞ୍ଚିବା ପରେ କାନ୍ଦ ବୋବାଳି ପଡ଼ି ଯାଇଥିଲା । ରାତିରେ ହିଁ ପରିବାର ଲୋକେ ରାୟପୁର ଅଭିମୁଖେ ବାହାରି ଯାଇଛନ୍ତି । ଆଜି ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯିବ । ଶେଷକୃତ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ ।

ଏହା ବି ପଢନ୍ତୁ...Helicopter Crashed: ରାୟପୁର ବିମାନ ବନ୍ଦରରେ ହେଲିକପ୍ଟର କ୍ରାସ, 2 ପାଇଲଟ ମୃତ

ଛତିଶଗଡ ସରକାରଙ୍କ ହେଲିକପ୍ଟର ବୋଲି ମଧ୍ୟ ସୂଚନା ମିଳିଥିଲା । ଏଥିରେ ପ୍ରାଣ ହରାଇଥିବା ଦୁଇ ପାଇଲଟ କ୍ୟାପଟନ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ ଶ୍ରୀବାସ୍ତବ ବୋଲି ପରିଚୟ ମିଳିଥିଲା । ଏୟାରପୋର୍ଟ ରନୱେରେ ଏହି ଦୁର୍ଘଟଣା ଘଟିଥିଲା । ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିଥିଲେ ।ଘଟଣାସ୍ଥଳରେ ଡିଜିସିଏର ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ଟିମ ।

ସମ୍ବଲପୁରରୁ ବାଦଶାହା ଜୁସମାନ ରାଣା , ଇଟିଭି ଭାରତ

Last Updated : May 13, 2022, 11:08 AM IST

ABOUT THE AUTHOR

...view details