ଓଡିଶା

odisha

ETV Bharat / city

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ: ବସିଲା ଜରୁରୀକାଳୀନ ବୈଠକ - sambalpur university

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ । ଜରୁରୀକାଳୀନ ବୈଠକ ଡାକି ପ୍ରଶ୍ନପତ୍ରର ସେଟ ବଦଳାଇଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଯୁକ୍ତ 3 ବିଜ୍ଞାନ 3ୟ ସେମିଷ୍ଟାରର 2 ଟି ବିଷୟର ପ୍ରଶ୍ନପତ୍ର ହୋଇଥିଲା ଲିକ୍‌ ।

question paper leak
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ଜରୁରୀକାଳୀନ ବୈଠକ ଡାକି ସେଟ ବଦଳାଇଲେ କର୍ତ୍ତୃପକ୍ଷ

By

Published : Feb 13, 2020, 10:43 PM IST

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ । ଜରୁରୀକାଳୀନ ବୈଠକ ଡାକି ପ୍ରଶ୍ନପତ୍ରର ସେଟ ବଦଳାଇଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଯୁକ୍ତ 3 ବିଜ୍ଞାନ ତୃତୀୟ ସେମିଷ୍ଟାରର 2ଟି ବିଷୟର ପ୍ରଶ୍ନପତ୍ର ହୋଇଥିଲା ଲିକ୍‌ ।

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ଜରୁରୀକାଳୀନ ବୈଠକ ଡାକି ସେଟ ବଦଳାଇଲେ କର୍ତ୍ତୃପକ୍ଷ

ବିଶ୍ବବିଦ୍ୟାଳୟ ଅଧୀନରେ ହେଉଥିବା ଯୁକ୍ତ 3 ବିଜ୍ଞାନର 3ୟ ସେମିଷ୍ଟାରର 2ଟି ବିଷୟର ପ୍ରଶ୍ନପତ୍ର ଆଗୁଆ ଲିକ ହୋଇଥିବା ଜଣାପଡିଥିଲା । ବୁଧବାର ବିଳମ୍ବିତ ରାତିରେ କେମିଷ୍ଟ୍ରି ଓ ଜୁଲୋଜିର ପ୍ରଶ୍ନପତ୍ର ଲିକ ହୋଇଥିବା ଜଣାପଡିଥିଲା। ଏହି ଖବର ପାଇ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟ ନାରାୟଣ ନାୟକ ଏହାର ତୁରନ୍ତ ତଦନ୍ତ ପାଇଁ ବିଭିନ୍ନ ସନ୍ଦେହଜନକ କଲେଜକୁ ସ୍କ୍ବାର୍ଡ ପଠାଇଥିଲେ।

ତେବେ ଗୁରୁବାର ଏହି ଦୁଇଟି ବିଷୟର ପରୀକ୍ଷା ଥିବାରୁ ଏକ ଜରୁରୀକାଳୀନ ବୈଠକ ଡାକି ଦୁଇଟି ବିଷୟର ଅନ୍ୟ ଏକ ପ୍ରଶ୍ନପତ୍ରର ସେଟ ସବୁ କଲେଜକୁ ପଠାଯାଇଥିଲା। ଫଳରେ ପରୀକ୍ଷା ଅଟକି ନଥିଲା। ତେବେ କେଉଁଠି ପ୍ରଶ୍ନପତ୍ର ଲିକ ହୋଇଛି ଓ ଏ ବାବଦରେ କିଏ କିଏ ଦାୟୀ ସେନେଇ ତଦନ୍ତ କରିବାକୁ ଏକ ଟିମକୁ ଦାୟିତ୍ବ ଦିଆଯାଇଛି।

ସେପଟେ ଯେଉଁ କଲେଜରେ ଏହି ପ୍ରଶ୍ନ ପତ୍ର ଲିକ ନେଇ ଅନୁସନ୍ଧାନରୁ ଜଣାପଡିବ ସେହି କଲେଜର ସେଣ୍ଟର ଓ ଏଫିଲିଏସନ ପ୍ରତ୍ୟାହୃତ ହୋଇପାରେ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details