ସମ୍ବଲପୁର :ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ (RI) । ପରମାଣପୁର ଆରଆଇ ଭିଖାରୀ ଚରଣ କୁସୁମ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜିଲ୍ଲାର ମାନେଶ୍ୱର ବ୍ଲକର ପରମାଣପୁର ଆରଆଇ ଭିକାରୀ ଚରଣ କୁସୁମ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
15 ହଜାର ଟଙ୍କା ଲାଞ୍ଚ ନେଉଥିଲେ RI, ଧରିଲା ଭିଜିଲାନ୍ସ
ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ । ପରମାଣପୁର ଆରଆଇ ଭିଖାରୀ ଚରଣ କୁସୁମ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ
15 ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ, ଧରିଲା ଭିଜିଲାନ୍ସ
ଜଣେ ବ୍ଯକ୍ତିଙ୍କ ଠାରୁ ଜମି ପଟ୍ଟା କରିବା ନାଁରେ ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଆରଆଇ ଟଙ୍କା ମାଗିବାରୁ ଏନେଇ ସମ୍ପୃକ୍ତ ବ୍ଯକ୍ତି ଭିଜିଲାନ୍ସରେ ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବତ ଭିକାରୀ ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭାଗ ପକ୍ଷରୁ ଆରଆଇଙ୍କ ଘର ଓ ଅଫିସ ୨ଟି ସ୍ଥାନରେ ଚଢାଉ ହୋଇଥିଲା।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ