ଓଡିଶା

odisha

ETV Bharat / city

'ମମିତା ହତ୍ୟାକାଣ୍ଡ ମାମଲାରେ ପୋଲିସ କୌଣସି ଅବହେଳା କରିନାହିଁ'

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୋଲିସ କୌଣସି ଅବହେଳା କରିନାହିଁ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡ଼ିଆଇଜି । ଅଧିକ ପଢନ୍ତୁ...

Mamita meher murder case issue
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୋଲିସ କୌଣସି ଅବହେଳା କରିନାହିଁ

By

Published : Nov 13, 2021, 9:22 PM IST

Updated : Nov 14, 2021, 9:08 AM IST

ସମ୍ବଲପୁର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଶନିବାର ଉତ୍ତରାଞ୍ଚଳ ଡ଼ିଆଇଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ମାମଲାରେ ପୋଲିସ କୌଣସି ଅବହେଳା କରିନାହିଁ ବୋଲି କହିଛନ୍ତି ।

ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର କହିଛନ୍ତି ଯେ କିଛି ଗଣମାଧ୍ୟମରେ ଯେଉଁ ଅଭିଯୋଗ ହେଉଛି ଯେ ଏହି ମାମଲାକୁ ଦୁର୍ବଳ କରିବା ପାଇଁ ପୋଲିସ ଜାଣିଶୁଣି ଏଫଆଇରକୁ ବିଳମ୍ବରେ କୋର୍ଟରେ ଉପସ୍ଥାପନ କରିଥିଲା। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଡ଼ିଆଇଜି । ସେ କହିଛନ୍ତି ଯେ ୧୩ ଅକ୍ଟୋବର ୨୦୨୧ର ରାତି ୧୨.୫୦ ମିନିଟରେ ମାମଲା ରୁଜୁ ହୋଇଥିଲା ଓ ଏହା ସିସିଟିଏନଏସରେ ଅପଲୋଡ ହୋଇଥିଲା। ଏହା ସିସିଟିଏନଏସର ୱେବସାଇଟକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି। ଏଭଳି ପରିସ୍ଥିତିରେ ପୋଲିସ ପକ୍ଷରୁ କୌଣସି ଅବହେଳା କରାଯାଇନି ବୋଲି ଡ଼ିଆଇଜି ସ୍ପଷ୍ଟ ଭାବେ କହିଛନ୍ତି। ୧୩ ତାରିଖରେ ମାମଲା ରୁଜୁ ହେବା ପରେ ସେହି ଦିନ ହିଁ ମାମଲା କୋର୍ଟ ଡେସପାଚ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟ ଦିବସରେ ମାଜିଷ୍ଟ୍ରେଟ ପାଖରେ ମାମଲା ଉପସ୍ଥାପନା ହୋଇଥିଲା।

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୋଲିସ କୌଣସି ଅବହେଳା କରିନାହିଁ

ଏହା ସହ କେସ ଡାଇରୀରେ କ୍ରାଇମ ସିନ ରିକ୍ରିଏସନର ଉଲ୍ଲେଖ ନାହିଁ ବୋଲି ଯେଉଁ ଅଭିଯୋଗ ହେଉଛି, ଆଉ ଯାହାକୁ କେସ ଡାଇରୀ ବୋଲି ଉପସ୍ଥାପନ କରାଯାଉଛି ତାହା ମିଥ୍ୟା ଅଟେ ବୋଲି ଡ଼ିଆଇଜି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Nov 14, 2021, 9:08 AM IST

ABOUT THE AUTHOR

...view details