ଓଡିଶା

odisha

ETV Bharat / city

କୋରୋନା କାଳରେ ଗରିବଙ୍କ ଆଶାବାଡି ସାଜିଲା ‘ମନରେଗା’

କୋରୋନା କାଳରେ ଗରିବଙ୍କ ସାହାରା ହେଲା ମନରେଗା । ମହାମାରୀ ସମୟରେ ଦେଇଛି ରୋଜଗାର । ଅଧିକ ପଢନ୍ତୁ...

Monrega set up the crutches of the poor during Corona.
କୋରୋନା କାଳରେ ଗରିବଙ୍କ ଆଶାବାଡି ସାଜିଲା ‘ମନରେଗା’

By

Published : Jan 2, 2021, 10:12 PM IST

ସମ୍ବଲପୁର :କୋରୋନା ଦୋହଲାଇ ଦେଇଛି ଜୀବନ ଜୀବିକା । କାହାର ଚାକିରୀ ଯାଇଛି ତ ଆଉ କିଏ ଜୀବିକା ହରାଇ ଘରେ ହାତ ବାନ୍ଧି ବସିଛି । ମହାମାରୀ କାଳରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଖଟିକିଆ । କିନ୍ତୁ ଏଭଳି ସମୟରେ ସେମାନଙ୍କ ପାଇଁ ଆଶାର ଆଲୋକ ସାଜିଛି ମନରେଗା କାର୍ଯ୍ୟ। ଲକଡାଉନ ସମୟରେ ହେଉ କି ଅନଲକ-1 ସମୟରେ, ଗରିବଙ୍କ ମୁହଁରେ ହସ ଫୁଟାଇଛି ମନରେଗା ।

କୋରୋନା କାଳରେ ଗରିବଙ୍କ ଆଶାବାଡି ସାଜିଲା ‘ମନରେଗା’

ଆମେ କହୁଛୁ ସମ୍ବଲପୁର ଜିଲ୍ଲାର କଥା । ଜିଲ୍ଲାରେ ରହିଛି 9ଟି ବ୍ଲକ । ଆଉ ସେଥି ମଧ୍ୟରୁ କେତେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି କାରଣରୁ କେତେକ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବାର ନଜିର ରହିଛି । ଡିଆରଡିଏ ଦ୍ବାରା ବିଭିନ୍ନ ବିଭାଗ ଜରିଆରେ ଲୋକଙ୍କୁ ନିଯୁକ୍ତି ମିଳିଛି । ମୃତ୍ତିକା ସଂରକ୍ଷଣ, ଡ୍ରେନେଜ କାମ ଓ ରାସ୍ତା କାମରେ ନିଯୁକ୍ତି ଦିଆଯାଇଛି। ଫଳରେ ଜଣେ ବ୍ୟକ୍ତି ଦୈନିକ 207 ଟଙ୍କା ରୋଜଗାର କରିପାରୁଛି। 2020 -21 ଆର୍ଥିକ ବର୍ଷରେ ସମ୍ବଲପୁର ଜିଲ୍ଲାରେ 5,50,2315 କାର୍ଯ୍ୟ ଦିବସ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଫଳରେ ଲୋକେ ରୋଜଗାର ପାଇବା ସହ ଦାଦନ ଚାଲାଣ ହ୍ରାସ ପାଇଛି।

ଗତ ଏପ୍ରିଲ ମାସରେ 1 ଲକ୍ଷ 12ହଜାର 132ଟି କାର୍ଯ୍ୟଦିବସ ମିଳି ଥିବା ବେଳେ ଜୁନରେ 5ଲକ୍ଷ 46 ହଜାର 435 ଓ ଜୁଲାଇରେ 3 ଲକ୍ଷ 50 ହଜାର 834 କାର୍ଯ୍ୟ ଦିବସ ଲୋକଙ୍କୁ ଯୋଗାଯାଇଛି । ସେହିପରି, ଅଗଷ୍ଟରେ 3ଲକ୍ଷ 38 ହଜାର 909 ,ସେପ୍ଟେମ୍ବରରେ 5ଲକ୍ଷ 11 ହାଜର 072 ଓ ଅକ୍ଟୋବରରେ 6ଲକ୍ଷ 41 ହାଜର 810 କାର୍ଯ୍ୟ ଦିବସ ମିଳିଛି । ନଭେମ୍ବରରେ 5 ଲକ୍ଷ 72 ହଜାର 844 ଓ ଡିସେମ୍ବରରେ 3ଲକ୍ଷ 53 ହଜାର 662ଟି କାର୍ଯ୍ୟ ଦିବସ ଯୋଗା ଯାଇଛି ।

ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ବନ ବିଭାଗର ଭଲ ପହଞ୍ଚ ଥିବାରୁ ସମଗ୍ର ରାଜ୍ୟରେ ଦୈନିକ 1 ଲକ୍ଷ କାର୍ଯ୍ୟ ଦିବସ ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କେବଳ ସମ୍ବଲପୁର ଜିଲ୍ଲାରେ ଦୈନିକ 6000 କାର୍ଯ୍ୟ ଦିବସ ଯୋଗାଇବାକୁ ବନ ବିଭାଗକୁ ନିର୍ଦ୍ଦେଶ ରହିଥିବା ସମ୍ବଲପୁର ଡିଏଫଓ ଡା ସଞ୍ଜିତ କୁମାର କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details