ଓଡିଶା

odisha

ETV Bharat / city

ଅଶାନ୍ତ ସମ୍ବଲପୁର ବିଶ୍ବବିଦ୍ୟାଳୟ, 7 ଦିନରୁ ଅନଶନରେ ଛାତ୍ରଛାତ୍ରୀ

ସମ୍ବଲପୁର ବିଶ୍ବବିଦ୍ୟାଳୟର ଫିଜିକ୍ସ ବିଭାଗରେ ଛାତ୍ରଛାତ୍ରୀଙ୍କ ଅଶାନ୍ତି ଜାରି ରହିଛି । ଏମଏସସି ମେଡିକାଲ ଫିଜିକ୍ସ ପାଠ୍ୟକ୍ରମରେ ସ୍ବୀକୃତି ନଥାଇ ଫିଜିକ୍ସ ପାଠ୍ୟକ୍ରମରେ ନାମଲେଖା ନେଇ ଛାତ୍ରଛାତ୍ରୀ ଫିଜିକ୍ସ ବିଭାଗ ସମ୍ମୁଖରେ ଅନଶନରେ ବସିଛନ୍ତି । ଅଧିକ ଖବର ପଢନ୍ତୁ...

student_ strike
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅଶାନ୍ତିର ନିଆଁ,7 ଦିନ ହେବ ଅନଶନରେ ଛାତ୍ରଛାତ୍ରୀ

By

Published : Dec 11, 2019, 7:12 PM IST

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଅଶାନ୍ତି । ବିଶ୍ବ ବିଦ୍ୟାଳୟର ‘ସ୍କୁଲ ଅଫ ଫିଜିକ୍ସ’ ଅଧୀନରେ ଦିଆଯାଉଥିବା ଏମଏସସି ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ପାଇଁ ଏଟୋମିକ ଏନର୍ଜୀ ରେଗୁଲେଟୋରି ବୋର୍ଡ’ର ମାନ୍ୟତା ବାଧ୍ୟତାମୂଳକ ।

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅଶାନ୍ତିର ନିଆଁ,7 ଦିନ ହେବ ଅନଶନରେ ଛାତ୍ରଛାତ୍ରୀ

ତେବେ 2017 ରେ ଆରମ୍ଭ ହୋଇଥିବା ଏହି କୋର୍ସରେ ବର୍ତ୍ତମାନ ସୁଦ୍ଧା 2ଟି ବ୍ୟାଚ ଆଡମିଶନ କରିଥିଲେ ମଧ୍ୟ ଏହାର ଏଫିଲେସନ ନଥିବାରୁ ଏବେ 37 ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ସ୍ବୀକୃତି ନଥାଇ ଫିଜିକ୍ସ ପାଠ୍ୟକ୍ରମରେ ନାମଲେଖା ନେଇ ଛାତ୍ରଛାତ୍ରୀ ଆଡମିଶନ କରିବାର ବର୍ଷେ ପରେ ସବୁ ଜାଣିବା ସହ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏନେଇ କହିଲା ପରେ ମଧ୍ୟ କିଛି ଫଳ ନମିଳିବାରୁ ଗତ 7 ଦିନ ହେଲା ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ ଏମଏସସି ମେଡିକାଲ ଫିଜିକ୍ସର 37 ଜଣ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ କହିବା କଥା ହେଲା ଏହି ପାଠ୍ୟକ୍ରମ ପାଇଁ AERB ର ମାନ୍ୟତା ଆବଶ୍ୟକତା ଥିବାବେଳେ ଆଡମିଶନ ସମୟରେ ଏନେଇ ତାଙ୍କୁ କିଛି କୁହାଯାଇନଥିଲା । ତେବେ ଆଡମିଶନ କରିବାର ଗୋଟିଏ ବର୍ଷ ପରେ ଚେନ୍ନାଇରେ ହେଉଥିବା ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ସେମାନେ ଏହି AERB ମାନ୍ୟତାର ଗୁରୁତ୍ବ ଓ ଏହା ନଥିଲେ ପାଠ୍ୟକ୍ରମର କୌଣସି ମୂଲ୍ୟ ନାହିଁ ବୋଲି ଜାଣିଥିଲେ ।

ଏହା ପରେ ସେମାନେ ବିଭାଗୀୟ ମୂଖ୍ୟଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର କହିଲା ପରେ ମଧ୍ୟ କୌଣସି ଫଳ ମିଳିବାରୁ ଏବେ ଆନ୍ଦୋଳନରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ସୂଚନା ଯୋଗ୍ୟ, ଯେ ଓଡିଶାର ଏକ ମାତ୍ର ବିଶ୍ବବିଦ୍ୟାଳୟ ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ହିଁ ଏହି କୋର୍ସ ଚାଲିଛି । 2017 ମସିହାରେ ଏହା ଆରମ୍ଭ ହୋଇଥିଲା । ମୁଖ୍ୟତଃ କ୍ୟାନସର ଚିକିତ୍ସା ପାଇଁ ଏହି ପାଠ୍ୟକ୍ରମର ବହୁତ ଚାହିଦା ରହିଛି ।

ଏଥିପାଇଁ ଏହି ଛାତ୍ରଛାତ୍ରୀ ମାନେ 3 ବର୍ଷିଆ କୋର୍ସ ପାଇଁ ଦେଢ ଲକ୍ଷ ଟଙ୍କା ଫିସ ଦେଇ ଆଡମିଶନ କରିଥିଲେ ।ଅନ୍ୟପଟେ ପିଜି କାଉନସିଲର ଅଧ୍ୟକ୍ଷ କହିଛନ୍ତି ଯେ ପୂର୍ବରୁ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାନଥିଲା । କିନ୍ତୁ ବର୍ତ୍ତମାନ ଏଫିଲେସନ ପାଇଁ AERB କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି ।

ଗୋଟିଏ ସପ୍ତାହ ଭିତରେ ସେହି ଟିମ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିବେ ଏବଂ ଏଫିଲେସନ ହୋଇଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ । କିନ୍ତୁ ବିଭାଗୀୟ ମୁଖ୍ୟଙ୍କ କଥାରେ ବିଶ୍ବାସ ନହେବାରୁ ଏହି ଛାତ୍ରଛାତ୍ରୀ ମାନେ ଆଜିଠୁ ଅନଶନରେ ବସିଛନ୍ତି । ଦାବି ପୂରଣ ନେହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details