ଓଡିଶା

odisha

Mahanadi Mahotsav: ମହାନଦୀ ସଫେଇ ସଚେତନତା ପାଇଁ ନୌଚାଳନା ପ୍ରତିଯୋଗିତା

By

Published : Dec 19, 2021, 7:09 AM IST

ମହାନଦୀର ସୁରକ୍ଷା ଓ ପରିଛନ୍ନତା ଉଦ୍ଦେଶ୍ୟ ରଖି ସମ୍ବଲପୁର ମହାନଗର ନିଗମ (Sambalpur Municipal Corporation) ଆରମ୍ଭ କରିଛି ମହାନଦୀ ଉତ୍ସଵ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅଧିକ ପଢନ୍ତୁ

Sambalpur
Sambalpur

ସମ୍ବଲପୁର: ମହାନଦୀର ସୁରକ୍ଷା ଓ ପରିଛନ୍ନତା ଉଦ୍ଦେଶ୍ୟ ରଖି ସମ୍ବଲପୁର ମହାନଗର ନିଗମ (Sambalpur Municipal Corporation) ଆରମ୍ଭ କରିଛି ମହାନଦୀ ଉତ୍ସଵ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ 15 ତାରିଖରୁ ଏହି କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଶନିବାର ସ୍ଥାନୀୟ ଲୋକଙ୍କୁ ନେଇ ଏକ ନୌଚାଳନା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ମହାନଦୀ ସଫେଇ ସଚେତନତା ପାଇଁ ନୌଚାଳନା ପ୍ରତିଯୋଗିତା
ମହାନଦୀ ସଫେଇ ସଚେତନତା ପାଇଁ ନୌଚାଳନା ପ୍ରତିଯୋଗିତା

ମହାନଦୀ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତା । ମହାନଦୀର ସଫେଇ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏହା ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ସଡକ ଘାଟରୁ ଏହି ନୌଚାଳନା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏଥିରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ଭାଗ ନେଇଥିଲେ। ଏହି ନୌଚାଳନାରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲା। ଏହି ପ୍ରତିଯୋଗୀତାରେ ସମ୍ବଲପୁର ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା। କୌଣସି ଅଘଟଣର ସମ୍ଭାବନାକୁ ଆଖି ଆଗରେ ରଖି ଅଗ୍ନିଶମ ବିଭାଗର ଏକ ଟିମ ନୌଚାଳନା ପ୍ରତିଯୋଗୀଙ୍କ ପଛେ ପଛେ ରହି ସୁରକ୍ଷା ଦେଇଥିଲା । ମୁଖ୍ୟତଃ ଏହି ପ୍ରତିଯୋଗିତା ଦ୍ବାରା ମହାନଦୀର ସୁରକ୍ଷା ଏହାର ସ୍ବଚ୍ଛତା କିପରି ବଜାୟ ରହିବ ସେନେଇ ବାର୍ତ୍ତା ଦିଆଯାଇଛି ।

ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଁ 5 ହଜାର ଟଙ୍କା, ଦ୍ଵିତୀୟ ସ୍ଥାନ ପାଇଁ 2 ହଜାର ଟଙ୍କା ଓ ତୃତୀୟ ସ୍ଥାନ ପାଇଁ 1 ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି । ଏହି ରାଶିକୁ ଆସନ୍ତା 23 ତାରିଖରେ ମହାନଦୀ ଉତ୍ସବର ଉଦଯାପନୀ ଉତ୍ସବରେ ବିଜୟୀ ପ୍ରତିଯୋଗୀଙ୍କୁ ପ୍ରଦାନ କରାଯିବ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details