ଓଡିଶା

odisha

By

Published : May 24, 2021, 8:26 PM IST

ETV Bharat / city

ଇଡ୍କୋ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକଙ୍କ ବିରୋଧ, ଶତାଧିକ ଆଗୁଆ ଗିରଫ

ସମ୍ବଲପୁରରେ ଇଡ୍କୋ ଜମି ଅଧିଗ୍ରହଣକୁ ବିରୋଧ । ଶତାଧିକଙ୍କ ଗ୍ରାମବାସୀଙ୍କୁ ଆଗୁଆ ଗିରଫ କଲା ପୋଲିସ । ଘଟଣାସ୍ଥଳରେ ଉତ୍ତେଜନା । ଅଧିକ ପଢନ୍ତୁ ....

ଇଡ୍କୋ ଜମି ଅଧିଗ୍ରହଣକୁ  ସ୍ଥାନୀୟ ଲୋକଙ୍କ ବିରୋଧ, ଶତାଧିକ ଆଗୁଆ ଗିରଫ
ଇଡ୍କୋ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକଙ୍କ ବିରୋଧ, ଶତାଧିକ ଆଗୁଆ ଗିରଫ

ସମ୍ବଲପୁର: ଧନକଉଡା ବ୍ଲକ ବସନ୍ତପୁର ଠାରେ ଇଡକୋର ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ଫଳରେ ଶତାଧିକ ଗ୍ରାମବାସୀଙ୍କୁ ପ୍ରିଭେଣ୍ଟିଭ ଆରେଷ୍ଟ କରିଛି ପୋଲିସ । ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ଆଜି ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିବା ପ୍ରଶାସନ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ଇଡ୍କୋ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକଙ୍କ ବିରୋଧ, ଶତାଧିକ ଆଗୁଆ ଗିରଫ

ଇଡକୋ ଟାଓ୍ବାର ପାଇଁ ଜମି ଅଧିଗ୍ରହଣ ପାଇଁ ଆଜି ତହସିଲଦାର ଓ ପ୍ରଶାସନର ଟିମ ବସନ୍ତପୁରରେ ପହଞ୍ଚିଥିଲେ । ତେବେ ବସନ୍ତପୁର ଠାରେ ଇଡକୋ ଟାୱାର ପାଇଁ ହେବାକୁ ଥିବା ରାସ୍ତା ପାଇଁ ଗ୍ରାମବାସୀଙ୍କ ଯେଉଁ ୧୦ ଏକର ଜମି ଅଧିଗ୍ରହଣ କରାହେବ, ତାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଏହି ୧୦ ଏକର ଜମିରେ ସେମାନେ ବହୁ ବର୍ଷ ଧରି ଚାଷ କରୁଛନ୍ତି, ତେବେ ଇଡକୋ ଟାଓ୍ବାର ପାଇଁ ବିକଳ୍ପ ଜମି ଦେଖି ରାସ୍ତା ତିଆରି କରାଯାଉ ବୋଲି କହିଛନ୍ତି ବସନ୍ତପୁର ବାସିନ୍ଦା । ଏଥିଯୋଗୁଁ ଆଜି ବସନ୍ତପୁର ଜମି ଅଧିଗ୍ରହଣ ସ୍ଥାନରେ ଉତ୍ତେଜନା ଲାଗି ରହିଥିଲା । ବସନ୍ତପୁର ଗ୍ରାମବାସୀଙ୍କ ବିରୋଧକୁ ଦେଖି ପ୍ରଶାସନ ସେଠାରେ ୧୪୪ ଧାରା ଲାଗୁ କରିବା ସହ ବହୁ ଗ୍ରାମବାସୀଙ୍କୁ ବୁର୍ଲା ଥାନାରେ ଅଟକ ରଖିଛି ପୋଲିସ ।

ତେବେ ପୋଲିସ କୋଭିଡ ପରିସ୍ଥିତିରେ ବେନିୟମ ଭାବରେ ଗୋଟିଏ ବସରେ ଶତାଧିକ ଲୋକଙ୍କୁ ଗିରଫ କରିଛି ବୋଲି କହିଛନ୍ତି ଅଞ୍ଚଳବାସୀ । ଏହାସହ ଜମିଅଧିଗ୍ରହଣ ସ୍ଥଳରେ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ପରି ଵହୁ ଜନ ପ୍ରତିନିଧି ଉପସ୍ଥିତ ଥିବାବେଳେ ସେମାନଙ୍କ କଥାକୁ ପ୍ରଶାସନ ଗୁରୁତ୍ବ ନଦେଇ ଏକତରଫା ଭାବେ ଗ୍ରାମବାସୀଙ୍କ ବିରୋଧ ଚପାଇବା ପାଇଁ ବେଆଇନ ଭାବରେ ବଳପ୍ରୟୋଗ କରି ଥାନାକୁ ଆଣିଛି ବୋଲି ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details