ସମ୍ବଲପୁର:ଖୋଲିବ ହୀରାକୁଦ ଡ୍ଯାମ୍ର 10ଟି ଗେଟ୍ ।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ 10ଟି ଗେଟ୍ ଯୋଗେଁ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତି ନେଇଛନ୍ତି ହୀରାକୁଦ ଡ୍ୟାମ୍ପ୍ କର୍ତ୍ତୁପକ୍ଷ । ତେବେ ପର୍ଯ୍ୟାୟ କ୍ରମେ ଗେଟ୍ ଖୋଲାଯାଉଥିବା ଜଣାପଡିଛି । ଦିନ ଗୋଟିଏ ସୁଦ୍ଧା ଡ୍ୟାମର 5ଟି ଗେଟ୍ ଖୋଲିଥିବାବେଳେ, ଅପରାହ୍ନ 3.00ଟା ପରେ ଆଉ ପାଞ୍ଚଟି ଗେଟ୍ ଖୋଲିବା ନେଇ ସୂଚନା ରହିଛି ।
ହୀରାକୁଦ ଡ୍ୟାମ୍ର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ 10ଟି ଗେଟ୍ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଡ୍ୟାମ୍ପ୍ କର୍ତ୍ତୁପକ୍ଷ ।