ସମ୍ବଲପୁର:ଧରାପୃଷ୍ଠରେ ହେବ ଦେବ ଦମ୍ପତିଙ୍କ ବିବାହ । ସମ୍ପୂର୍ଣ୍ଣ ଲୋକାଚାରରେ ହେବ ଦେବ ବିବାହ। ସେଥିପାଇଁ ଏବେ ବର ଓ କନ୍ୟା ପକ୍ଷ ଉଭୟ ପ୍ରସ୍ତୁତ। ସୋମବାର ରାତିରେ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଥିବା ବେଳେ ମଙ୍ଗଳବାର ହୋଇଛି ଗଣ୍ଠାଲ ଫିଟା ନୀତି ।
ମଙ୍ଗଳବାର ରାତି ପ୍ରାୟ 3 ଟାରେ ହେବ ଭଗବାନ ଶିବ ଓ ମାତା ପର୍ବତୀଙ୍କ ବିବାହ ଉତ୍ସବ, ତାହା ପୁଣି ସମ୍ପୂର୍ଣ୍ଣ ଲୋକାଚାରରେ। ସେଥିପାଇଁ ମଙ୍ଗଳବାର ବିବାହ ପୂର୍ବର ସବୁ ରୀତିନୀତି ସମ୍ପନ୍ନ ହୋଇଛି। ମାତା ପର୍ବତୀଙ୍କ ଗତବର୍ଷର ପିତା ମାତା ହୋଇଥିବା ଦମ୍ପତିଙ୍କ ଘରେ ପରମ୍ପରା ମୁତାବକ ଗଣ୍ଠାଲ ଫିଠା ନୀତି ଅନୁଷ୍ଠିତ ହେବାପରେ ମାତା ପର୍ବତୀଙ୍କୁ ମନ୍ଦିରକୁ ନିଆଯାଇଥିଲା ।