ଓଡିଶା

odisha

ETV Bharat / city

Panchayat Poll: କୁଚିଣ୍ଡାରେ ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ

ରାଜ୍ୟରେ ଆସନ୍ତାକାଲି( ଗୁରୁବାର) ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏ କ୍ରମରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Panchayat Poll: କୁଚିଣ୍ଡାରେ ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ
Panchayat Poll: କୁଚିଣ୍ଡାରେ ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ

By

Published : Feb 23, 2022, 7:27 PM IST

ସମ୍ବଲପୁର:ରାଜ୍ୟରେ ଆସନ୍ତାକାଲି( ଗୁରୁବାର) ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏ କ୍ରମରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Panchayat Poll: କୁଚିଣ୍ଡାରେ ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ

କୁଚିଣ୍ଡା ବ୍ଳକର 2ଟି ଜୋନରେ 17ଟି ପଞ୍ଚାୟତ ଥିବା ବେଳେ ଏଠାରେ 203ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଠାରେ 56,178 ସଂଖ୍ୟକ ମତଦାତା ରହିଛନ୍ତି । ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅଧିକ ପଢନ୍ତୁ :Panchayat Poll: କେମିତି ହେବ ଭୋଟ ଗଣତି, ବିସ୍ତୃତ ଭାବେ କହିଲେ SECଙ୍କ ସଚିବ

ପୋଲିସ ବିଭାଗ ପକ୍ଷରୁ ଏଠାରେ 2 ଜଣ ଅତିରିକ୍ତ ଏସପି, ଜଣେ ଏସଡିପିଓ ,3 ଜଣ ଡିଏସପି ଓ 5 ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱ ରେ ରହିବେ। ପାଖାପାଖି 15 ପ୍ଲାଟୁନ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ । ପେଟ୍ରୋଲିଂ ପାଇଁ 22ଟି ଟିମ ନିୟୋଜିତ ରହିଛନ୍ତି । ଏନେଇ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details