ସମ୍ବଲପୁର: ବୁଧବାର ଜିଲ୍ଲାରେ ପହଞ୍ଚିଛି ଅକ୍ସିଜେନ ପ୍ଲାଣ୍ଟର ଯନ୍ତ୍ରପାତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବାକୁ ଥିବା ଅକ୍ସିଜେନ ପ୍ଲାଣ୍ଟ ପାଇଁ ଏକ ଟ୍ରକ ଯୋଗେ କୋଇମ୍ବାଟୁରରୁ ଜିଲ୍ଲାରେ ପହଞ୍ଚିଛି ଏହି ଯନ୍ତ୍ର ।
ଏନେଇ ସମ୍ବଲପୁର ସିଡିଏମଓ ଶଶୀଭୂଷଣ ପଟେଲ ସୂଚନା ଦେଇଛନ୍ତି । ଏହାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ପ୍ରଦାନ କରିଛି । ଆସନ୍ତା 3 ଦିନ ଭିତରେ ଏହାର ଇଞ୍ଜିନିୟର ସମ୍ବଲପୁର ଆସି ଏହାକୁ ଇନଷ୍ଟଲ କରିବେ ।