ଓଡିଶା

odisha

ETV Bharat / city

ଗୋହତ୍ୟା ବିରୋଧରେ ଥାନା ଘେରାଉ କଲା ଗୋସୁରକ୍ଷା ମହିଳା ସମିତି

ସମ୍ବଲପୁରରେ ବଢୁଥିବା ବେଆଇନ ଗୋଚାଲଣ ଓ ଗୋହତ୍ୟା ନେଇ ଧନୁପାଲି ଥାନା ଘେରାଉ କଲା ଗୋସୁରକ୍ଷା ମହିଳା ସମିତି । ଅଧିକ ପଢ଼ନ୍ତୁ...

By

Published : Jun 28, 2021, 8:06 PM IST

Dhanupali police station gherao, Gosuraksha Mahila Samiti,  cow slaughter,  cow smuggling, ଗୋହତ୍ୟା ବିରୋଧରେ ଥାନା ଘେରାଉ, ଥାନା ଘେରାଉ କଲେ ଗୋସୁରକ୍ଷା ମହିଳା ସମିତି, ଗୋହତ୍ୟା, ଗୋଚାଲାଣ
ଗୋହତ୍ୟା ବିରୋଧରେ ଥାନା ଘେରାଉ କଲା ଗୋସୁରକ୍ଷା ମହିଳା ସମିତି

ସମ୍ବଲପୁର: ସହରରେ ବଢି ଚାଲିଥିବା ଗୋହତ୍ୟା ଓ ଗୋଚାଲାଣ ଉପରେ ରୋକ ଲଗାଇବା ଦାବି ନେଇ ଗୋସୁରକ୍ଷା ମହିଳା ସମିତି ପକ୍ଷରୁ ସୋମବାର ଜିଲ୍ଲାର ଧନୁପାଲି ଥାନା ଘେରାଉ କରାଯିବା ସହ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଗୋହତ୍ୟା ବିରୋଧରେ ଥାନା ଘେରାଉ କଲା ଗୋସୁରକ୍ଷା ମହିଳା ସମିତି

ସମ୍ବଲପୁର ସହରରେ ଦିନକୁ ଦିନ ଗୋହତ୍ୟା ମାମଲା ବଢ଼ି ଚାଲିଥିବାବେଳେ ଏହାକୁ ନେଇ ସମ୍ବଲପୁର ଗୋସୁରକ୍ଷା ମହିଳା ସମିତି ଚିନ୍ତା ପ୍ରକଟ କରିଛି। ଏହିଭଳି ଘଟଣା ସହର ସାମାଜିକ ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ସମ୍ବଲପୁର ଗୋସୁରକ୍ଷା ମହିଳା ସମିତିର ସଦସ୍ୟମାନେ ଧନୁପାଲି ଥାନା ଘେରାଉ କରିଛନ୍ତି।

ଥାନା ଘେରାଉ ସମୟର ପୋଲିସ ସହ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବା ପରେ ଥାନା ଘେରାଉରୁ ଓହରିଥିଲେ ଗୋସୁରକ୍ଷା ସମିତିର ମହିଳା । ଯଥା ଶୀଘ୍ର ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ନନେଲେ ଆଗକୁ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details