ସମ୍ବଲପୁର:ମହାନଦୀରୁ କୁମ୍ଭୀରର ମୃତଦେହ ଉଦ୍ଧାର । ମାଛ ଧରିବାକୁ ଯାଇଥିବାବେଳେ ମହାନଦୀର ଏକ ଟାପୁରେ ମୃତ କୁମ୍ଭୀର ପଡ଼ିଥିବା ମତ୍ସଜୀବୀ ଦେଖି ହାଟପଡା ଘାଟକୁ ଡ଼ଙ୍ଗା ସାହାଯ୍ୟରେ ଆଣିଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି କୁମ୍ଭୀରର ମୃତଦେହ ଉଦ୍ଧାର କରିଛି ।
ମହାନଦୀରୁ ଘଡ଼ିଆଳ କୁମ୍ଭୀରର ମୃତଦେହ ଉଦ୍ଧାର ଏହା ମଧ୍ୟ ପଢ଼ନ୍ତୁ:ଚାରମାଳରେ ହାତୀ ଉପଦ୍ରବ, ଧାନ କ୍ଷେତରେ ପଶି ଫସଲ କଲେ ନଷ୍ଟ
ମୃତ କୁମ୍ଭୀର ଶରୀରରେ ଟ୍ରାନ୍ସମିଟର ପରି କିଛି ଯନ୍ତ୍ରାସ ଲାଗିଥିବା ଦେଖିବାକୁ ମିଳିଛି । କୁମ୍ଭୀରଟି କେଉଁ ପରିସ୍ଥିତିରେ ଏଠାକୁ ଆସିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଏହା ଏକ ଘଡ଼ିଆଳ କୁମ୍ଭୀର ହୋଇଥିବାରୁ ସାତକୋଶିଆରୁ ଆସିଥିବା ଅନୁମାନ କରାଯାଉଛି । ମହାନଦୀରୁ ଉଦ୍ଧାର ହୋଇଥିବା ଏହି କୁମ୍ଭୀରଟିର ଲମ୍ବ ପ୍ରାୟ ୮ ଫୁଟ ରହିବ । ସ୍ଥାନୀୟ ଲୋକଙ୍କ ଖବର ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀର ମୃତଦେହକୁ ଉଦ୍ଧାର କରିଛି ।
ଇଟିଭି ଭାରତ, ସମ୍ବଲପୁର