ଓଡିଶା

odisha

ETV Bharat / city

ଲକ ଡାଉନ: ବୁର୍ଲାରେ ରକ୍ତ ସଙ୍କଟ, ହନ୍ତସନ୍ତ ରୋଗୀ

ଲକ୍‌ଡାଉନ୍‌ କାରଣରୁ ବୁର୍ଲା ମେଡିକାଲରେ ଦେଖିବାକୁ ମିଳିଛି ରକ୍ତ ସଙ୍କଟ । ଲକ୍‌ଡାଉନ୍‌ ପାଇଁ କେହି ରକ୍ତ ଦେବାକୁ ଆସୁନଥିବାରୁ ରକ୍ତଭଣ୍ଡାରରୁ ସରୁଛି ରକ୍ତ । ସେପଟେ ହଇରାଣ ହେଉଛନ୍ତି ରୋଗୀ । ଅଧିକ ପଢନ୍ତୁ...

Blood crisis during lockdown
ଲକ୍‌ଡାଉନ୍‌ବେଳେ ବୁର୍ଲାରେ ରକ୍ତ ସଙ୍କଟ, ହଇରାଣ ହେଉଛନ୍ତି ରୋଗୀ

By

Published : Apr 9, 2020, 7:24 PM IST

ସମ୍ବଲପୁର: କୋରୋନା ପାଇଁ ଏବେ ଚାରିଆଡେ ଲକ୍‌ଡାଉନ୍‌ । ଫଳରେ ଧିରେ ଧିରେ ବ୍ଲଡ ବ୍ୟାଙ୍କ ବି ଲକ୍‌ଡାଉନ୍‌ ହେବାକୁ ବସିଲାଣି । ବ୍ଲଡ୍‌ ଦେବାକୁ ଲୋକେ ଆସୁନଥିବାରୁ ବୁର୍ଲା ବ୍ଲଡ୍‌ ବ୍ୟାଙ୍କ ଅବସ୍ଥା ଶୋଚନୀୟ । ଲକ୍‌ଡାଉନ୍‌ ପୂର୍ବରୁ ଗୋଟିଏ ଦିନରେ 100 ରୁ 200 ୟୁନିଟ ପର୍ଯ୍ୟନ୍ତ ରକ୍ତ ସଂଗ୍ରହ ହେଉଥିବାବେଳେ ଏବେ ଦିନେ ଦିନେ ବ୍ଲଡ୍‌ ବ୍ୟାଙ୍କରୁ ସବୁ ରକ୍ତ ସରିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ବୁର୍ଲା ରକ୍ତ ଭଣ୍ଡାର ଉପରେ ନିର୍ଭର କରୁଥିବା ସାରା ପଶ୍ଚିମ ଓଡିଶାର ରୋଗୀ ଓ ତାଙ୍କ ସମ୍ପର୍କୀୟ ନାହିଁ ନଥିବା ହଇରାଣ ହରକତରେ ପଡୁଛନ୍ତି ।

ଲକ୍‌ଡାଉନ୍‌ବେଳେ ବୁର୍ଲାରେ ରକ୍ତ ସଙ୍କଟ, ହଇରାଣ ହେଉଛନ୍ତି ରୋଗୀ

ପୂର୍ବରୁ 30ଟି ସ୍ବେଚ୍ଛାସେବୀ ସଙ୍ଗଠନ ସ୍ବେଚ୍ଛାରେ ରକ୍ତଦାନ ଶିବିର କରି ବୁର୍ଲା ବ୍ଲଡ୍‌ବ୍ୟାଙ୍କର ରକ୍ତର ଚାହିଦା ମେଣ୍ଟାଉଥିଲେ । ତେବେ ବର୍ତ୍ତମାନ ମାତ୍ର 7 ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ଅଳ୍ପ ସଦସ୍ୟ ବ୍ଲଡବ୍ୟାଙ୍କକୁ ଆସି ସାମାଜିକ ଦୂରତ୍ବ ବଜାୟ ରଖି ରକ୍ତଦାନ କରୁଛନ୍ତି। ଯେଉଁଥିଲାଗି ଆଜି 11.30 ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ A+ve 22 ୟୁନିଟ୍‌, A-ve 1ୟୁନିଟ୍‌, B+ve 32 ୟୁନିଟ୍‌, B-ve 3 ୟୁନିଟ୍‌, AB+ve 16 ୟୁନିଟ୍‌, AB-ve 1ୟୁନିଟ୍‌, O+ve30 ୟୁନିଟ୍‌ ଓ O-ve 1 ୟୁନିଟ୍‌ ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ବୁର୍ଲା ମେଡିକାଲରେ ବର୍ତ୍ତମାନ କେବଳ ଅତ୍ୟାବଶ୍ୟକ ଅସ୍ତ୍ରୋପଚାର କରାଯାଉଛି ନଚେତ ଅସ୍ତ୍ରୋପଚାର ନକରିବାକୁ ବୁର୍ଲା ମେଡିକାଲ କତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢନ୍ତୁ...କୋରୋନା ଲକଡାଉନ, ସଙ୍କଟରେ ରକ୍ତଭଣ୍ଡାର

ଲକ୍‌ଡାଉନ୍‌ ପାଇଁ କେବଳ ବୁର୍ଲା ନୁହେଁ ରାଜ୍ୟର ସମସ୍ତ ବ୍ଲଡ୍‌ବ୍ୟାଙ୍କରେ ଏପରି ଅବସ୍ଥା ଦେଖାଦେଇଛି । ଯାହା ସାରା ରାଜ୍ୟରେ ଏକ ବଡ ସଙ୍କଟ ଭାବେ ଉଭା ହୋଇଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details