ଓଡିଶା

odisha

ଜନ୍ମମାଟିରେ ବୀର ସୁରେନ୍ଦ୍ର ସାଏଙ୍କୁ ନେତାଙ୍କ ଶ୍ରଦ୍ଧାଞ୍ଜଳି

By

Published : Jan 23, 2021, 1:20 PM IST

ସମ୍ବଲପୁର ବିଭିନ୍ନ ସ୍ଥାନରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡିନେତା ମାନେ ସମ୍ବଲପୁରରେ ପହଞ୍ଚି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟା ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

ଜନ୍ମମାଟିରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା
ଜନ୍ମମାଟିରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା

ସମ୍ବଲପୁର: ଆଜି ଓଡିଶା ମାଟି ପାଇଁ ଏକ ଗର୍ବ ଓ ଗୌରବର ଦିନ । ଆଜିର ଦିନରେ ଏହି ମାଟିରେ ଜନ୍ମ ନେଇଥିଲେ ଦୁଇ ସ୍ବାଧୀନତା ସଂଗ୍ରାମୀ ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ । ଦେଶବ୍ୟାପୀ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସରେ ପାଳନ କରାଯାଉଛି । ସମ୍ବଲପୁର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଭୟ ଜାତୀୟ ବୀରଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି ।

ଜନ୍ମମାଟିରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା

ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲାର ରେଙ୍ଗାଲୀ ବ୍ଲକ ଖିଣ୍ଡା ଛକ ଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ , ମନ୍ତ୍ରୀ ସୁଶାନ୍ତ ସିଂ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ,ବରଗଡ ସାଂସଦ ସୁରେଶ ପୂଜାରୀ,ବିଜେଡି ନେତା ନଳିନୀ କାନ୍ତ ପ୍ରଧାନ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ ।

ଏହା ସହ ଖିଣ୍ଡା ଛକରେ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଏହା ପରେ ସମସ୍ତେ ଖିଣ୍ଡା ଗାଁକୁ ଯାଇ ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ସୁରେନ୍ଦ୍ର ସାଏଙ୍କ ଜୀବନୀର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସମସ୍ତେ ନେତା ସୁରେନ୍ଦ୍ର ସାଏଙ୍କ ଦାୟାଦ ଅଣ ନାତି ଲାଲ ଫକୀର ସାଏଙ୍କୁ ଭେଟିଥିଲେ। ଏହି ଅବସରରେ ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ଆଗାମୀ ଦିନରେ କ୍ୟାବିନେଟ ନିଷ୍ପତ୍ତି କ୍ରମେ ରାଜ୍ୟର ସବୁ ସ୍ଵାଧୀନତା ସଂଗ୍ରାମୀଙ୍କ ଗାଁକୁ ଫୋକସ ଭିଲେଜ କରାଯିବ। ଅନ୍ୟପଟେ, ଏହି ଜନ୍ମଜୟନ୍ତୀ ଅବସରରେ ଖିଣ୍ଡା ଗାଁରେ ଏକ ସତ୍ୟନାରାୟଣ ପୂଜା ଗାଥାର କାର୍ଯ୍ୟକ୍ରମ ସହ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details