ଓଡିଶା

odisha

ବାଳ ନିକେତନ ଅଧିକ୍ଷକ ପଦବୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

By

Published : Sep 5, 2021, 7:49 AM IST

ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ଛାନପାଲି ସ୍ଥିତ ରୁକ୍ମିଣୀ ଲାଠ ବାଳ ନିକେତନର ଅଧୀକ୍ଷକ ପଦବୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ପୂର୍ବତନ ସରପଞ୍ଚ ତଥା ସୂଚନା ଅଧିକାର କର୍ମୀ । ଅଧିକ ପଢନ୍ତୁ...

ରୁକ୍ମିଣୀ ଲାଠ ବାଳ ନିକେତନ ଅଧିକ୍ଷକ ପଦବୀ ନିଯୁକ୍ତିରେ ଅନିୟମିତତା ଅଭିଯୋ
ରୁକ୍ମିଣୀ ଲାଠ ବାଳ ନିକେତନ ଅଧିକ୍ଷକ ପଦବୀ ନିଯୁକ୍ତିରେ ଅନିୟମିତତା ଅଭିଯୋ

ସମ୍ବଲପୁର:ମାନେଶ୍ବର ବ୍ଲକ ଅନ୍ତର୍ଗତ ଛାନପାଲିସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧୀନରେ ଥିବା ରୁକ୍ମିଣୀ ଲାଠ ବାଳ ନିକେତନର ଅଧୀକ୍ଷକ ପଦବୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ । ଏନେଇ ସେ ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟକୁ ଭିତ୍ତି କରି ଅଭିଯୋଗ କରିଛନ୍ତି ପୂର୍ବତନ ସ୍ଥାନୀୟ ସରପଞ୍ଚ ତଥା ସୂଚନା ଅଧିକାର କର୍ମୀ ସଞ୍ଜୟ ଛୁରିଆ । ଏହା ସହ ଏହି ଅନିୟମିତତା ନେଇ ସେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

ରୁକ୍ମିଣୀ ଲାଠ ବାଳ ନିକେତନ ଅଧିକ୍ଷକ ପଦବୀ ନିଯୁକ୍ତିରେ ଅନିୟମିତତା ଅଭିଯୋ

ମିଳିଥିବା ସୂଚନା ଅନୁସାରେ, ଗତ 24 ଜୁଲାଇ 2019ର ଅଧୀକ୍ଷକ ନିଯୁକ୍ତି ବିଜ୍ଞାପନରେ ପ୍ରାର୍ଥୀମାନେ ଆବେଦନ କରିଥିଲେ। ମାର୍କକୁ ଆଧାର କରି ନିଯୁକ୍ତି ଦିଆଯିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଥିଲା । ତେବେ 3 ଆବେଦନକାରୀ ପ୍ରାର୍ଥୀଙ୍କୁ ଚୟନ କରାଯାଇ ତାଲିକାଭୁକ୍ତ କରି ଗତ ଏପ୍ରିଲ ୯ ତାରିଖରେ ପ୍ରମାଣପତ୍ର ଯାଞ୍ଚ ପାଇଁ ଡକିଥିଲେ କର୍ତ୍ତୃପକ୍ଷ । ତେବେ ତାଲିକାରେ ପ୍ରଥମ ସ୍ଥାନରେ ଥିବା ପ୍ରାର୍ଥୀ ଅନୁପସ୍ଥିତ ଥିବାବେଳେ ଦ୍ଵିତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦିଆଯାଇ ୩ୟ ସ୍ଥାନରେ ଥିବା ମହିଳା ପ୍ରାର୍ଥୀଙ୍କୁ ଜାଲିଆତି କରି ନିଯୁକ୍ତି ଦିଆଯାଇଛି ବୋଲି ସୂଚନା ଅଧିକାର କର୍ମୀ ସଞ୍ଜୟ ଛୁରିଆ ଅଭିଯୋଗ କରିଛନ୍ତି ।

ସେହିପରି ବିଜ୍ଞାପନ ଜାରି ହେବା ସମୟରେ ଏହି ପଦବୀ ପାଇଁ କେବଳ ମହିଳା ପ୍ରାର୍ଥୀଙ୍କ ପାଇଁ ସରଂକ୍ଷିତ ଥିବା ମଧ୍ୟ ଉଲ୍ଲେଖ ନ ଥିବାବେଳେ କାହିଁକି ଜଣେ ମହିଳା ପ୍ରାର୍ଥୀଙ୍କୁ ତୃତୀୟ ସ୍ଥାନରେ ଥିବା ସତ୍ତ୍ବେ ଉଚିତ ପ୍ରାର୍ଥୀ ବୋଲି ଚୟନ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ । ଏଣୁ ଦିଆଯାଇଥିବା ନିଯୁକ୍ତିକୁ ତୁରନ୍ତ ଖାରଜ କରିବା ସହ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସୂଚନା ଅଧିକାର କର୍ମୀ ସଞ୍ଜୟ ଛୁରିଆ ଦାବି କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details