ଓଡିଶା

odisha

ETV Bharat / city

ଅଚଳ ଏସି, 1ଘଣ୍ଟା ଧରି ଷ୍ଟେସନରେ ଅଟକି ରହିଲା ଟ୍ରେନ - ac

ପୁଣି ଥରେ ଏସି ନଚାଲିବାରୁ ରାଉରକେଲା ଷ୍ଟେସନରେ ଅଟକି ରହିଲା ଟ୍ରେନ । ପ୍ରଶାସନ ସଚେତନ ହେବାକୁ ଲୋକେ କରିଛନ୍ତି ଦାବି । ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଲା ଟ୍ରେନ। ଯାତ୍ରୀମାନେ କଲେ ଆନ୍ଦୋଳନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jun 24, 2019, 2:53 AM IST

ରାଉରକେଲା: ଏସି କୋଚରେ ଟିକଟ କରି ବିନା ଏସିରେ ଯାତ୍ରା କରୁଛନ୍ତି ଯାତ୍ରୀ । ରେଳ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ଦାବି ହୋଇଛି । ହେଲେ କିଛି ଦିନ ମଧ୍ୟରେ ସାଉଥ ବିହାର ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ ସହିତ ବିଭିନ୍ନ ଟ୍ରେନରେ ଏସି କାମ ନ କରିବା ଯୋଗୁଁ ଯାତ୍ରୀ ମାନଙ୍କ ଦ୍ୱାରା ଟ୍ରେନ ଅଟକାଇ ହୋ ହାଲ୍ଲା କରିବା ଏକ ସାଧାରଣ ଘଟଣା ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାନୂଯାୟୀ, ରବିବାର ବିଳମ୍ବରେ ଚାଲୁଥିବା ଦୁର୍ଗ-ରାଜେନ୍ଦ୍ରନଗର ଏକ୍ସପ୍ରେସର ଏ-2 କୋଚର ଏସି କାମ କରୁନଥିଲା। ଏନେଇ ଯାତ୍ରୀ ମାନେ ରାଉରକେଲା ପହଞ୍ଚିବା ପରେ ହଙ୍ଗମା କରିଥିଲେ । ଯାହାକୁ ନେଇ ଏକ ଘଣ୍ଟା ଧରି ଷ୍ଟେସନରେ ଟ୍ରେନ ଅଟକ ରହିଥିଲା। ଯାତ୍ରୀ ମାନଙ୍କ କହିବାନୂଯାୟୀ, ସେମାନେ ଏସିର ଭଡା ଦେଇ ମଧ୍ୟ ଗରମରେ ଯାତ୍ରା କରିବା ପାଇଁ ବାଧ୍ୟ ହେଉଛନ୍ତି।

ଖବର ଦେବା ସତ୍ୱେ ଏସି ଠିକ କରିବା ପାଇଁ ଉଦ୍ୟମ ହୋଇ ନ ଥିବାରୁ ଯାତ୍ରୀମାନେ ଆନ୍ଦୋଳନ କରିଥିଲେ। ପରେ ଏସି ଠିକ କରାଯିବାପରେ ଟ୍ରେନ ଚାଲିଥିଲା। ତେବେ ଏହିଭଳି ଘଟଣା ଯେପରି ଆଗକୁ ନଘଟେ ଏଥି ପ୍ରତି ପ୍ରଶାସନ ସଚେତନ ହେବା ନିହାତି ଦରକାର ବୋଲି ଲୋକେ ଦାବି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details