ଓଡିଶା

odisha

ETV Bharat / city

ଷ୍ଟପେଜ ଛାଡି ଚାଲିଗଲା ଟ୍ରେନ, ଯାତ୍ରୀ ହନ୍ତସନ୍ତ - ଷ୍ଟେସନ ଛାଡି ଚାଲିଗଲା ଟ୍ରେନ

ଟ୍ରେନର ଷ୍ଟପେଜ ସତ୍ତ୍ବେ ଅଟକିଲା ନାହିଁ ଟ୍ରେନ। ଟ୍ରେନରେ ଥିବା ଯାତ୍ରୀମାନେ ଏନେଇ ହୋହଲ୍ଲା କରିବାରୁ ରାଜଗାଙ୍ଗପୁରରେ ଅଟକିବାକୁ ଥିବା ଟ୍ରେନ ଗଡପୋଷରେ ଅଟକିଥିଲା। ଅଧିକ ପଢନ୍ତୁ ...

train leaves station without hault, rourkela latest news, train leaves station without hault in rourkela, ରାଉରକେଲାରେ ଷ୍ଟେସନ ଛାଡି ଚାଲିଗଲା ଟ୍ରେନ, ଷ୍ଟେସନ ଛାଡି ଚାଲିଗଲା ଟ୍ରେନ, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌
ଷ୍ଟପେଜ ଛାଡି ଚାଲିଗଲା ଟ୍ରେନ, ଯାତ୍ରୀ ହନ୍ତସନ୍ତ

By

Published : Mar 9, 2020, 12:30 PM IST

Updated : Mar 9, 2020, 6:15 PM IST

ରାଉରକେଲା: ରେଳ ବିଭାଗର ବିଚିତ୍ର ପରିସ୍ଥିତି। ଟ୍ରେନର ଷ୍ଟପେଜ ସତ୍ତ୍ବେ ଅଟକିଲା ନାହିଁ ଟ୍ରେନ। ଟ୍ରେନରେ ଥିବା ଯାତ୍ରୀମାନେ ଏନେଇ ହୋହଲ୍ଲା କରିବାରୁ ରାଜଗାଙ୍ଗପୁରରେ ଅଟକିବାକୁ ଥିବା ଟ୍ରେନ ଗଡପୋଷରେ ଅଟକିଥିଲା। ଏହାପରେ ବାରଣାସୀ-ସମ୍ବଲପୁର ଏକ୍ସପ୍ରେସକୁ ଅଟକାଇ ଯାତ୍ରୀମାନଙ୍କୁ ରାଜଗାଙ୍ଗପୁର ଅଣା ଯାଇଥିଲା ।

ରାଜଗାଙ୍ଗପୁରରୁ ଏହି ଟ୍ରେନରେ ଯିବାକୁ ଥିବା ଯାତ୍ରୀମାନଙ୍କୁ କୋରାପୁଟ ଏକ୍ସପ୍ରେସରେ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ମିଳିଥିବା ସୂଚନା ମୁତାବକ ରାଜଗାଙ୍ଗପୁରର ଷ୍ଟେସନ ମ୍ୟାନେଜରକୁ ନିଲମ୍ବିତ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ରବିବାର ପାଟଣା-ବିଲାସପୁର ସାପ୍ତାହିକ ଟ୍ରେନ ଦିନ 2ଟା 28ମିନିଟରେ ରାଜଗାଙ୍ଗପୁର ଷ୍ଟେସନ ପାର କରିଥିଲା । ହଲେ ଟ୍ରେନକୁ ପ୍ଲାଟଫର୍ମରେ ନ ରଖି ମେନ ଲାଇନରେ ସିଧା ଯିବା ପାଇଁ ଗ୍ରୀନ ସିଗନାଲ ଦିଆ ଯାଇଥିବାରୁ ଟ୍ରେନ ସେଠାରେ ଅଟକି ନଥିଲା ।

ଏନେଇ ପ୍ଲାଟଫର୍ମରେ ଅପେକ୍ଷା କରିଥିବା ଯାତ୍ରୀ ଓ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ହୋହଲ୍ଲା କରିହବା ପରେ ରେଳ ବିଭାଗର ଆଖି ଖୋଲିଥିଲା। ଏଠାରେ ଆଶ୍ଚର୍ଯ୍ୟର କଥା କି ଟ୍ରେନର ଗାର୍ଡ ତଥା ଚାଳକ ପାଖରେ ମଧ୍ୟ ଟ୍ରେନ ଅଟକାଇବାର ନିର୍ଦ୍ଦେଶ ରହିଥିଲା। ତଥାପି କେବଳ ସିଗନାଲ ଆଧାରରେ ଟ୍ରେନ କିପରି ଆଗକୁ ଗଲା ସେନେଇ ଉଠିଛି ପ୍ରଶ୍ନ ।

ଏହି ଘଟଣାର ତଦନ୍ତ ରେଳ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି। ତେବେ କେଉଁମାନେ ଏହି ଘଟଣାରେ ଦାୟୀ ଓ ରେଳ ବିଭାଗ ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତା ଉପରେ ସମସ୍ତଙ୍କ ନଜର।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Mar 9, 2020, 6:15 PM IST

ABOUT THE AUTHOR

...view details