ଓଡିଶା

odisha

ETV Bharat / city

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାରେ ହନ୍ତସନ୍ତ ଷ୍ଟିଲସିଟି

ଷ୍ଟିଲସିଟି ତଥା ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ଜନସଂଖ୍ୟା ସାଙ୍ଗକୁ ବଢି ଚାଲିଛି ଗାଡିମୋଟର ସଂଖ୍ୟା । ହେଲେ ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା । ସ୍ମାର୍ଟସିଟି ହେବା ପରେ ଭଲ ରାସ୍ତାର ଆଶା ରଖିଥିଲେ ସହରବାସୀ । ହେଲେ ଯଥା ପୂର୍ବଂ ତଥା ପରଂ ଚାଲିଛି ସବୁକିଛି ।

By

Published : Jun 10, 2019, 3:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ଷ୍ଟିଲସିଟି ତଥା ସ୍ମାର୍ଟସିଟି ରାଉରକେଲାରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା । ସ୍ମାର୍ଟସିଟି ହେବା ପରେ ଭଲ ରାସ୍ତାର ଆଶା ରଖିଥିଲେ ସହରବାସୀ ହେଲେ ଯଥା ପୂର୍ବଂ ତଥା ପରଂ ଚାଲିଛି ସବୁକିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ଏନେଇ ମହାନଗର ନିଗମ ଚୁପ ରହିଥିବାରୁ ମୁଖ୍ୟ ରାସ୍ତାରେ ଗାଈ-ମଇଁଷି ବୁଲୁଛନ୍ତି । ଅନ୍ୟପଟେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ପାଇଁ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରର ଏପରି ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ହେଲେମେଟ ଚେକିଂ ଓ ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବାକୁ ସାଧାରଣରେ ଦାବି ହୋଇଛି ।

ଖବର ଅନୁସାରେ, ରାତି ପାହିଲେ ସହରର ଥିବା ମୁଖ୍ୟ ରାସ୍ତାରେ ଲାଗେ ନାହିଁ ନଥିବା ଭିଡ । ହେଲେ ପାର୍କିଂର ସୁବିଧା ନଥିବାରୁ ଲୋକମାନେ ରାସ୍ତାରେ ଉଭୟ ପାର୍ଶ୍ଵରେ ଗାଡି ଛିଡା କରି ରଖୁଛନ୍ତି । ଖାସ କରି ସହରର ଡେଲି ମାର୍କେଟ, ପ୍ଲାଣ୍ଟ ସାଇଟ, ମଧୁସୁଦନ ମାର୍ଗରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଅନ୍ୟପଟେ ଦୀର୍ଘ ବର୍ଷ ଧରି ରାସ୍ତାର ସମ୍ପ୍ରସାରଣ କରାଯାଇନାହିଁ । ଅଣଓସାର ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଯିବା ସହ ଫୁଟପାଥ ମଧ୍ୟ କବ୍ଜା ହୋଇ ରହିଛି ବ୍ୟବସାୟୀଙ୍କ ହାତରେ ।

ମହାନଗର ନିଗମ ତରଫରୁ କୋହଳ ମନୋଭାବ ଏବଂ ଏହାକୁ ଜଗିବା ପାଇଁ ଆବଶ୍ୟକ ଟ୍ରାଫିକ ପୋଲିସ ରହୁନଥିବାରୁ ଏଭଳି ପରିସ୍ଥିତି ଦେଖାଦେଉଛି । ଏସପି ଭାବରେ ଯୋଗଦାନ ପରେ ଡ଼. ସାର୍ଥକ ଷଡଙ୍ଗୀ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ସେଭଳି କିଛି କାର୍ଯ୍ୟ ଦେଖିବାକୁ ମିଳିନାହିଁ । ଆଗାମୀ ଦିନରେ ଯଦି ମହାନଗର ନିଗମ ତଥା ପୋଲିସ ମିଶି ସହରର ଏହି ଅସୁବିଧାର ସମାଧାନ ନକରନ୍ତି ତେବେ ପରିସ୍ଥିତି ଅଣାୟତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details