ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲ୍ଲୀ ବିଧାନସଭା ଆସନରୁ ତୃତୀୟ ଥର ଲାଗି ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇ । ଦଳୀୟ ଅନ୍ତଃକନ୍ଦଳ ଏବଂ ନାନାଦି ଅଭିଯୋଗ ସତ୍ତ୍ବେ ସେ ଏଥର ମଧ୍ୟ ଟିକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି । ଇଟିଭିର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ରଖିଛନ୍ତି ନିଜର ପ୍ରତିକ୍ରିୟା ।
‘ଦଳୀୟ ଭିତ୍ତିରେ ମୁଁ ବାଛ ବିଚାର କରେନାହିଁ । ସବୁ ଅଞ୍ଚଳରେ ସମାନ କାମ ହୋଇଛି । ବିଧାୟକ ପାଣ୍ଠି ଟଙ୍କା ଦଳୀୟ କାର୍ଯ୍ୟରେ ବ୍ୟବହାର ହୋଇଥିବା କଥା ମିଛ । ସେ ସବୁ ଅନୁଦାନ କେବଳ ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି କରିବା ଲାଗି ଖର୍ଚ୍ଚ ହୋଇଛି । ବିଗତ 10 ବର୍ଷ ଭିତରେ ଲୋକେ ମୋ କାମ ଦେଖିଛନ୍ତି ’। ଆମ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁବ୍ରତ ତରାଇ ।