ଓଡିଶା

odisha

ETV Bharat / city

ଷ୍ଟିଲସିଟିରେ ଚେନ୍ ଲୁଟ ଘଟଣା, ପୋଲିସ ହାତରେ ତିନି ଅଭିଯୁକ୍ତ - ରାଉରକେଲା

ପୋଲିସ ହାତରେ ମହିଳା ଲୁଟେରା । ସେକ୍ଟର-16 ପୂଜା ମଣ୍ଡପରୁ ଲୁଟିନେଇଥିଲେ ଚେନ୍ । ସେହିପରି ସେକ୍ଟର-7 ଅଞ୍ଚଳରୁ ଦୁଇ ଲୁଟେରାକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଡ଼ିଜାଇନ୍ ଫଟୋ

By

Published : Oct 7, 2019, 9:55 PM IST

ରାଉରକେଲା: ସେକ୍ଟର-16 ପୂଜା ମଣ୍ଡପରୁ ମହିଳାଙ୍କ ଚେନ ଲୁଟ ଘଟଣାରେ ଧରାପଡ଼ିଛି ଅଭିଯୁକ୍ତ । ତାମିଲନାଡୁର ଧନଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

5 ତାରିଖରେ ସୁନା ଚେନ ଲୁଟ ଘଟଣା ସିସିଟିଭିରେ ସ୍ପଷ୍ଟ ଭାବେ ଦେଖାଯିବା ପରେ ଅଭିଯୁକ୍ତକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଅନ୍ୟ ଜଣେ ମହିଳାଙ୍କ ଚେନ ଲୁଟ ଉଦ୍ୟମ କରିବା ସମୟରେ ପୋଲିସ ଏହି ମହିଳାକୁ ଧରି ଥିଲା ।

ସେହି ଭଳି ସେକ୍ଟର-7 ପୋଲିସ 2 ଜଣ ଚେନ୍ ଲୁଟେରାଙ୍କୁ ଗିରଫ କରିଛି । ପାନପୋଷର ଟିଙ୍କୁ ଓରଫ ରାଜ କୁମାର ପ୍ରସାଦ, ଗାନ୍ଧୀ ରୋଡ଼ର ଗୌତମ ଗୁପ୍ତ କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ସୁନା ଚେନ୍, ମଙ୍ଗଳସୂତ୍ର ଓ ମୋଟରସାଇକଲ ଜବତ କରିଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details