ଓଡିଶା

odisha

By

Published : Mar 23, 2020, 7:40 PM IST

Updated : Mar 23, 2020, 8:41 PM IST

ETV Bharat / city

କୋରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପ୍ରସ୍ତୁତ

କୋରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପ୍ରସ୍ତୁତ
କୋରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପ୍ରସ୍ତୁତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ସହରାଞ୍ଚଳ ସହିତ ଗ୍ରାମାଞ୍ଚଳରେ ମଧ୍ୟ କୋରୋନା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । କୋରୋନାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ନୂଆଗାଁ, ସୋରଡା, ଲୁଆରମ ସହିତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଇସୋଲେସନ ୱାର୍ଡ ତିଆରି କରିବା କାମ ଯୁଦ୍ଧକାଳୀନ ପରିସ୍ଥିତିରେ ଚାଲିଛି । ଇନଭଟର ଜରିଆରେ 24 ଘଣ୍ଟା ପାଣି ବିଜୁଳିର ବ୍ୟବସ୍ଥା କରାଯାଉଛି ।

କୋରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପ୍ରସ୍ତୁତ

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରୁ ହାଜାର ହଜାର ଲୋକ ଦାଦନ କିମ୍ବା ଶ୍ରମିକ ଭାବେ କାମ କରିବା ପାଇଁ ଦିଲ୍ଲୀ, ପଞ୍ଜାବ, ୟୁପି, ରାଜସ୍ଥାନ, ଗୁଡ଼ଗାଓଁ, ବାଙ୍ଗାଲୋର, ମାଡ୍ରାସ, ମୁମ୍ବାଇରେ ରୁହନ୍ତି । କୋରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିବା ଲୋକମାନେ ସିଧାସଳଖ ତାଙ୍କ ଦୂର ଦୁରନ୍ତ ଗାଁକୁ ଚାଲି ଯାଇଛନ୍ତି । ଗାଁରେ ଆଶାକର୍ମୀମାନେ ଏଭଳି ଫେରନ୍ତା ଲୋକଙ୍କ ସୂଚୀ ପ୍ରସ୍ତୁତ କରି ଏମାନଙ୍କ ଉପରେ ନଜର ରାଖୁଛନ୍ତି । ଗାଁରେ ଥିବା ଚିକିତ୍ସା କେନ୍ଦ୍ର ଗୁଡିକରେ ମଧ୍ୟ ଏଭଳି ଫେରନ୍ତା ଲୋକଙ୍କ ସୂଚୀ ପ୍ରସ୍ତୁତ କରି ତାଙ୍କ ଉପରେ ନଜର ରଖାଯାଉଛି ।

କୋରୋନା ସମ୍ପର୍କରେ ଗ୍ରାମବାସୀ ଗଣମାଧ୍ୟମ ମାଧ୍ୟମରେ ଜାଣିବା ପରେ ଫେରନ୍ତା ଲୋକଙ୍କ ପାଇଁ ଭୟଭୀତ ହେଉଛନ୍ତି । ସୋମବାରଠାରୁ ଗ୍ରାମାଞ୍ଚଳରେ ଲୋକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ନୂଆଗାଁ, ସୋରଡା, ସହିତ ବିଭିନ୍ନ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯାଇଛି । ଅନ୍ୟ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି ।


ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Mar 23, 2020, 8:41 PM IST

ABOUT THE AUTHOR

...view details